ଏହି ସବୁ ଖାଦ୍ୟ/ପାନୀୟ ଖାଲି ପେଟରେ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ

କଥାରେ ଅଛି ଉତ୍ତମ ଖାଦ୍ୟ/ପାନୀୟ ଓ ନିଦ୍ରା ଉତ୍ତମ ସ୍ୱାସ୍ଥ୍ୟର ମାପକାଠି। ତାମାନେ ନୁହେଁ ଯେ ଯେତେବେଳେ ଯାହା ପାଇବା ଖାଇ ପକାଇବା ଓ ଯେତେବେଳେ ଯେଉଁଠି ପାରିବା ଶୋଇପଡ଼ିବା। ସବୁ କାମ ପାଇଁ କିଛି ନିର୍ଦ୍ଧିଷ୍ଟ କଥା ରହିଛି। ଯାହାକୁ ନ ମାନି ଚଳିଲେ ଆମେ ଅସୁବିଧାର ସମ୍ମୁଖୀନ ହେବା। ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହାକୁ ଖାଲି ପେଟରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ସେ ସଂପର୍କରେ ନିମ୍ନରେ ବ୍ୟାଖ୍ୟା କରାଯାଇଛି।

କଦଳୀ: ଖାଲି ପେଟରେ କଦଳୀ ସେବନ କରିବା ଦ୍ୱାରା ଶରୀରରେ ମ୍ୟାଗ୍‌ନେସିୟମ ଭାଗ ବୃଦ୍ଧି ପାଇଥାଏ। ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଆଦୌ କ୍ଷତିକାରକ ନୁହେଁ।

କାକୁଡ଼ି: ଖାଲି ପେଟରେ କାକୁଡ଼ି ଖାଇବା ଦ୍ୱାରା ଖାଇବା ଦ୍ୱାରା ଛାତି ପୋଡ଼ା ଓ ତଳି ପେଟ ଯନ୍ତ୍ରଣା ଆଦି ରୋଗ ହୋଇଥାଏ।

କମଳା: ଖାଲି ପେଟରେ କମଳା ସେବନ କରିବା ଦ୍ୱାରା ଛାତି ପୋଡ଼ା ସହିତ ଗ୍ୟାସ୍‌ଷ୍ଟ୍ରିକ୍‌ ମଧ୍ୟ ହୋଇଥାଏ।

ଟମାଟର୍‌: ଖାଲି ପେଟରେ ଟମାଟର୍‌ ଖାଇବା ପାଇଁ ମଧ୍ୟ ଡାକ୍ତରମାନେ ମନା କରିଛନ୍ତି। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟରେ ଏସିଡିଟି ବଢ଼ିଥାଏ।

କାର୍ବୋନେଟ୍‌ ଡ୍ରିଙ୍କ୍‌ସ/କ୍ଷୀର: ଏହି ୨ ପ୍ରକାର ପାନୀୟକୁ ମଧ୍ୟ ଖାଲି ପେଟରେ ପିଇବା ଅନୁଚିତ। ଏସବୁ କୁ ଖାଲି ପେଟରେ ପିଇବା ଦ୍ୱାରା ପାକସ୍ତଳୀକୁ ରକ୍ତ ସଂଚାଳନ କମ୍‌ ହୋଇଯାଇ ଥାଏ।

ସମ୍ବନ୍ଧିତ ଖବର