ରାତିରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ, ହୋଇପାରନ୍ତି ନାନା ରୋଗର ଶିକାର

ମୃତ୍ୟୁ ଧୃବ ସତ୍ୟ। ତାହାକୁ କେହି କେବେ ବଦଳାଇ ପାରିବେ ନାହିଁ। ମାତ୍ର ଅସୁସ୍ଥ ହୋଇ ଅକାଳ ମରଣ କାହାକୁ ବା ଭଲ ଲାଗେ। ଆମେ ଭାବନ୍ତି କାହାକୁ କେଉଁ ରୋଗ ହେବ ତାହା କେହି ଜାଣେନା। ତାହା କିଛି ମାତ୍ରାରେ ଠିକ୍‌। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗର କାରଣ ଆମେ ନିଜେ ହୋଇଥାଉ। ଖାଇବା, ପିଇବା, ଶୋଇବାର ଠିକ୍‌ ଠିକଣା ନରହିଲେ ରୋଗ ଧରିବା ସ୍ୱାଭାବିକ। ତେବେ ଜାଣନ୍ତୁ ରାତିରେ କେଉଁ ଖାଦ୍ୟ ସବୁ ନଖାଇବା ଦ୍ୱାରା ଆମେ ସୁସ୍ଥ ଜୀବନ ବିତାଇ ପାରିବା।

-ରାତିରେ ଦହି ଖାଆନ୍ତୁ ନାହିଁ। ରାତିରେ ଦହି ଭକ୍ଷଣ କରିବାକୁ ଉଭୟ ପୁରାଣ ଏବଂ ବିଜ୍ଞାନ ବାରଣ କରେ। ଦହିରେ ଅନେକ ଭଲ ଗୁଣ ରହିଛି। ମାତ୍ର ରାତିରେ ଦହି ଖାଇଳେ ବିପରୀତ ପ୍ରଭାବ ପଡ଼େ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କାହିଁକି ନା, ଦହି ଖାଇ ସଙ୍ଗେ ସଙ୍ଗେ ଶୋଇବା ଦ୍ୱାରା ଠିକ୍‌ ଭାବେ ହଜମ ହୋଇନଥାଏ।

-ରାତିରେ ମାଂସ ଭକ୍ଷଣ ବି ଶରୀର ପ୍ରତି କ୍ଷତିକାରକ। ମାଂସକୁ ଫ୍ରିଜ୍‌ରେ ରଖି ଦିନେ, ଦୁଇ ଦିନ ପରେ ଖାଇଲେ ତାହା ମଧ୍ୟ ବିଶାକ୍ତ ପାଲଟିଯାଏ। ରାତିରେ ମାଂସ ଖାଇବା ତ ନିହାତି ଭାବେ ଅନୁଚିତ।

-ଆହୁରି ବି ବିଶ୍ୱାସ ରହିଛି ଯେ ଯେଉଁମାନେ ସକାଳୁ ଜଲ୍‌ଦି ଉଠନ୍ତି ସେମାନେ ବିଳମ୍ବରେ ଉଠୁଥିବା ଲୋକମାନଙ୍କ ଅପେକ୍ଷା ବେଶି ଦିନ ପର୍ଯ୍ୟନ୍ତ ବଞ୍ଚିରହନ୍ତି। କାହିଁକି ନା, ସକାଳ ପବନରେ ଯେଉଁ ସୁଦ୍ଧତା ଥାଏ ତାହା ଶରୀର ପ୍ରତି ଅତ୍ୟନ୍ତ ଭଲ।

-ଅଧିକାଂଶ ଭାରତୀୟ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ରାତିରେ ଭାତ ଖାଇବା ମାନେ ରୋଗକୁ ଡାକି ଆଣିବା ସହ ସମାନ। ଭାତ ଅତ୍ୟନ୍ତ ଗରିଷ୍ଠ ହୋଇଥିବାରୁ ରାତିରେ ଏହାକୁ ଭକ୍ଷଣ କଲେ ଶୀଘ୍ର ହଜମ ହୋଇନଥାଏ। ଖାଦ୍ୟ ଶୀଘ୍ର ହଜମ ନହେଲେ ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ରୁଟି ରାତି ଖାଦ୍ୟ ହିସାବରେ ସବୁଠାରୁ ଭଲ।

ସମ୍ବନ୍ଧିତ ଖବର