ପ୍ୟାକେଟ୍‌ କ୍ଷୀର ବ୍ୟବହାର କରୁଛନ୍ତି କି? ଗରମ କରିବା ଦରକାର ନାହିଁ

ଆଜିକାଲି ସହରରେ ଅଧିକାଂଶ ପ୍ୟାକେଟ୍‌ କ୍ଷୀର ବ୍ୟବହାର କରୁଛନ୍ତି । ଏହି କ୍ଷୀରକୁ ପ୍ରଥମରୁ ଅଧିକ ତାପମାତ୍ରାରେ ଗରମ କରି ପୁଣି ଥଣ୍ଡା କରି ପ୍ୟାକ୍‌ କରାଯାଏ । ଏହାକୁ ପାଇଶ୍ଚରାଇଜଡ୍‌ ମିଲ୍କ କୁହାଯାଏ । ଏହି ପ୍ରକ୍ରିୟାକୁ ପାଶ୍ଚରାଇଜେସନ୍‌ କୁହାଯାଏ । ଏହି ପ୍ରକ୍ରିୟା ଦ୍ୱାର କ୍ଷୀର ଅଧିକ ସମୟ ଯାଏଁ ରଖାଯାଇ ପାରିବ ଆଉ କ୍ଷତିକାରକ ଜୀବାଣୁ ମଧ୍ୟ ନଷ୍ଟ ହୋଇଯିବେ ।
ସ୍ଥାନୀୟ ମାର୍କେଟରେ ମିଳୁଥିବା ପାଇଶ୍ଚରାଇଜଡ୍‌ କ୍ଷୀରକୁ ଅଧିକ ତାପମାତ୍ରାରେ ଗରମ କରିବା ଅନାବଶ୍ୟକ। ନ ହେଲେ ଏହା ଖରାପ ହୋଇଯିବ । କିନ୍ତୁ ଲୋକମାନେ ମଧ୍ୟ ପ୍ୟାକେଟ୍‌ ହୋଇଥିବା କ୍ଷୀରକୁ ଗରମ କରିଥାଆନ୍ତି । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସେ କି ପ୍ୟାକେଟ୍‌ କ୍ଷୀର ଗରମ କରିବା ଉଚିତ୍‌ କି ଉଚିତ୍‌ ନୁହେଁ ? ଲୋକମାନଙ୍କ ମନରେ ଭାବନା ଆସେ ଯେ ଏହା ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପ୍ୟାକ୍‌ ହୋଇ ଆସେ, ଯାହା ବିନା ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ତେଣୁ ଗରମ କରିବା ଉଚିତ୍‌ । ଆପଣ ଯଦି ଏମିତି କରୁଛନ୍ତି , ତା’ହେଲେ କରନ୍ତୁ ନାହିଁ ।


ଫୁଡ୍‌ ସେଫ୍ଟି ହେଲ୍‌ପ୍‌ଲାଇନର ସହ-ସ୍ଥାପକ ଡାକ୍ତର ସୌରଭ ଅରୋରା କହିଛନ୍ତି ଯେ ପାଶ୍ଚରାଇଜ୍ଡ ମିଲ୍କକୁ ଗରମ କରିବା ଆବଶ୍ୟକତା ନାହିଁ । କମ୍ପାନି ପ୍ୟାକ୍‌ କରିବା ପୂର୍ବରୁ ଏହାକୁ ଗରମ କରି ଥଣ୍ଡା କରି ରଖିଥାଏ । ଏହାକୁ ଅଧିକ ଗରମ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବ । ଏଥିପାଇଁ ପ୍ୟାକେଟ୍‌ କ୍ଷୀରକୁ ଘରେ ବାରମ୍ବାର ଗରମ କରିବା ଉଚିତ୍‌ ନୁହେଁ । ଆପଣ ଏହି କ୍ଷୀରକୁ ୪ ଡିଗ୍ରି ତାପମାତ୍ରା ସହିତ ସାତ ଦିନ ଯାଏଁ ରଖିପାରିବେ । ଧ୍ୟାନ ଦେବେକି କ୍ଷୀର ପ୍ୟାକେଟ୍‌ ଉପରେ ଏକ୍ସପାରି ଡେଟ୍‌ ଲେଖାହୋଇଛି । ଏହାକୁ ଚେକ୍‌ କରି କ୍ଷୀର ଆଣନ୍ତୁ ।

ସମ୍ବନ୍ଧିତ ଖବର