ଫୁସ୍‌ଫୁସ୍‌ରେ ସଂକ୍ରମଣ ହେଲେ ଶରୀର ଏହି ୪ଟି ସଙ୍କେତ ଦେଇଥାଏ, କରନ୍ତୁ ନାହିଁ ଏହାକୁ ଅବହେଳା

ଆମ ଶରୀରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଓ ଅବିରାମ କାର୍ଯ୍ୟ କରୁଥିବା ଅଙ୍ଗ ମଧ୍ୟରୁ ଗୋଟିଏ ହେଉଛି ଫୁସ୍‌ଫୁସ୍‌। ଏଥିପାଇଁ ଏହାର ସୁରକ୍ଷା ଜରୁରୀ। ଫୁସ୍‌ଫୁସ୍‌ ସବୁବେଳେ ଆମ ଶରୀରକୁ ଅମ୍ଳଜାନ ଯୋଗାଇ ଚାଲିଥାଏ। କିନ୍ତୁ ଆମର କେତେକ ଛୋଟ ଭୁଲ୍‌ ଯୋଗୁଁ ଏଥିରେ ସଂକ୍ରମଣ ହୋଇପାରେ। ପରେ ତାହା ବଡ଼ ରୋଗ ପାଲଟି ସମସ୍ୟ ସୃଷ୍ଟି କରିପାରେ। ଯଦି ଠିକ୍‌ ସମୟରେ ଆମେ ସଂକ୍ରମଣର ନିଦାନ କରି ତା’ର ଚିକିତ୍ସା କରୁଁ ତା’ହେଲେ ବଡ଼ ସମସ୍ୟାରୁ ତ୍ରାହି ମିଳି ପାରିବ।

କଲମ୍ବିଆ ୟୁନିଭସିର୍ଟି ମହାବିଦ୍ୟାଳୟ ଓ ଫିଜିସିୟାନ୍‌ ଓ ସର୍ଜନଙ୍କ କହିବା ଅନୁସାରେ, ଏହି ୪ଟି ସଙ୍କେତରୁ ଆପଣ ଫୁସ୍‌ଫୁସ୍‌ରେ ହେଉଥିବା ସଂକ୍ରମଣ ବିଷୟରେ ଜାଣିପାରିବେ।ସଂକ୍ରମଣ ବଢ଼ିଲେ ନିମୋନିଆ ହୋଇଥାଏ। କଫ ଜମି ନିଶ୍ୱାସ ନେବା କଷ୍ଟକର ହୋଇଯାଏ ଓ କଫ ତିଆରି ହୋଇଚାଲେ।

 

ଜ୍ୱର: ଥଣ୍ଡା ସହ ୧୦୦.୪ F ଜ୍ୱର ହେବା। ଏହା ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବାର ପ୍ରଥମ ଲକ୍ଷଣ।

ନିଶ୍ୱାସ ନେବାରେ ସମସ୍ୟା: ନିଶ୍ୱାସ ନେବାରେ ସମସ୍ୟା ଦେଖାଯିବାର କାରଣ ଆପଣଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି। ତେଣୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଜରୁରୀ।

କଫ: ଅତ୍ୟଧିକ କଫ ହେବା ଫୁସ୍‌ଫୁସ୍‌ ସଂକ୍ରମଣ ହେବାର ଆଶଙ୍କା ହୋଇଥାଏ। ବହୁ ରୋଗୀଙ୍କ କଫର ରଙ୍ଗ ମଧ୍ୟ ବଦଳି ଯାଇଥାଏ।
ଛାତିରେ ଦରଜ: ଛାତିର ଏକ ପାର୍ଶ୍ୱରେ ଜୋର୍‌ରେ ଦରଜ ହେବା ଯାହା ନିଶ୍ୱାସ ନେଲାବେଳେ ବଢ଼ିଥାଏ। ଏହାଯୋଗୁଁ ଛାତିରେ ପ୍ରେସର୍‌ ଓ ଟାଇଟ୍‌ନେସ୍‌ ବି ହେବାର ଜଣା ପଡ଼ିଥାଏ।
ସମ୍ବନ୍ଧିତ ଖବର