ଅନେକ ଲୋକ ଅଫିସରେ ଲଗାତାର ସାତ ଆଠ ଘଣ୍ଟା ଯାଏଁ ଚଉକିରେ ବସି କାମ କରନ୍ତି। କିନ୍ତୁ ଏହି ଅଭ୍ୟାସ ଭଲ ନୁହେଁ। ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।
ଏହି ପ୍ରସଙ୍ଗରେ ଏକ ଗବେଷଣା କରାଯାଇଥିଲା। ସେଥିରୁ ଜଣାଯାଇଛି ଯେ ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି ରହିଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଧିମା ହୋଇଯାଏ। ଏହାର ପରିଣାମ ଘାତକ ହୋଇପାରେ। ଗବେଷଣାରୁ ଆହୁରି ମଧ୍ୟ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ।
ମସ୍ତିଷ୍କକୁ ସୁସ୍ଥ ରଖିବା ଲାଗି ଆପଣଙ୍କୁ ପ୍ରତି ଅଧ ଘଣ୍ଟାରେ ଅତି କମ୍ରେ ଦୁଇ ମିନିଟ୍ ପାଇଁ ବସିବା ସ୍ଥାନରୁ ଉଠି ଟହଲିବା ଉଚିତ। ଏପରି କରିଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଢ଼ିଯାଇଥାଏ। ଖାଲି ସେତିକି ନୁହେଁ ମସ୍ତିଷ୍କ କୋଷର ଅମ୍ଳଜାନ ଓ ପୋଷକ ତତ୍ତ୍ୱର ଆବଶ୍ୟକତା ବି ପୂରଣ ହୋଇଥାଏ।
ଅନେକ ସମୟ ଧରି ଗୋଟିଏ ଜାଗାରେ ବସିଲେ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। ଆହୁରି ମଧ୍ୟ ଜଣାଯାଇଛି ଯେ, ରକ୍ତ ସଞ୍ଚାଳନ ଠିକ୍ ଭାବେ ନ ହେଲେ ମସ୍ତିଷ୍କ ସମ୍ପର୍କୀତ କେତେକ ବଡ଼ ବ୍ୟାଧି ମଧ୍ୟ ଜନ୍ମ ନେଇଥାଏ। ଏଥିରେ ଡେମେନ୍ସିୟା ଓ ମେମୋରି ଲସ୍ ଭଳି ରୋଗ ବି ରହିଛି।