କାକୁଡି ଜରିଆରେ ଯଦି ଏହି ଫାଇଦା ପାଇବାକୁ ଚାହାଁନ୍ତି , ତେବେ ଜାଣନ୍ତୁ କ’ଣ କରିବେ?

ବର୍ଷସାରା ଆମେ କାକୁଡ଼ି ଖାଇବାକୁ ଭଲ ପାଇଥାଉ । କାକୁଡିରେ ୯୬ ପ୍ରତିଶତ ଜଳ ଓ ଫାଇବର ଥାଏ । ଏହା ଆମର ପାଚନ କ୍ରିୟାକୁ ମଜଭୁତ କରିଥାଏ । ଏହାକୁ ଖାଇଲେ ଆମର ତ୍ୱଚା ବି ପରିଷ୍କାର ହୋଇତାଏ । ଏହାକୁ ଆପଣ ସାଲାଡୋ ସାମିଲ ବି କରିପାରନ୍ତି । ଏହାଦ୍ୱାରା ଶରୀରର ଓଜନ କମିଯିବ । ଆମେ ପତଳା ହେବା ଲାଗି ବା ଓଜନ କମ୍‌ କରିବା ଲାଗି ମଧ୍ୟ କାକୁଡିରେ ପ୍ରସ୍ତୁତ ଏକ ଜୁସ୍‌ର ପ୍ରୟୋଗ ବି କରିପାରିବା। ଏହାକୁ ମାତ୍ର ପାଞ୍ଚ ସପ୍ତାହ ପାଇଁ ପିଇଲେ, ତେବେ ଆମର ଓଜନ କମିଯିବ। ଖାଲି ସେତିକି ନୁହେଁ ଆପଣ ଅଧିକ ସକ୍ଷମ ଓ ସୁସ୍ଥ ବି ରହିବେ।

ଏହି କାକୁଡି ଜୁସ୍‌ ପ୍ରସ୍ତୁତି ଲାଗି ଆବଶ୍ୟକୀୟ ସାମଗ୍ରୀ ହେଲା ୧.କାକୁଡି୨.ଲେମ୍ବୁ ୩. ଏକ ଚାମଚ ଛେଚା ଅଦା,୧ ଚାମଚ ଘିକୁଆଁରୀ ଜୁସ ଓ ଅଧ ଗ୍ଲାସ ଜଳ, ଅଳ୍ପ ଓନିଆ ପତ୍ର।ଉପରୋକ୍ତ ସାମଗ୍ରୀଗୁଡିକ ଭଲ ଭାବେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏବେ ପ୍ରସ୍ତୁତି ହୋଇଗଲା କାକୁଡି ଜୁସ୍‌। ଏହାକୁ ପ୍ରତିଦିନ ରାତିରେ ଶୋଇବା ଆଗରୁ ପିଇଲେ ଦେଖିବେ ଆପଣଙ୍କର ଓଜନ କମିଯାଇଛି। ମାସେ ପିଇବା ପରେ ଗୋଟିଏ ସପ୍ତାହ ପାଇଁ ଏଥିରୁ ବିରତ ରହିବାକୁ ପଡ଼ିବ। ପୁଣି ସେହି ଜୁସ୍‌କୁ ପିଇପାରନ୍ତି ଆପଣ।

ସମ୍ବନ୍ଧିତ ଖବର