ସକାଳୁ ଉଠି ଏହି ସବୁ କରିବା ସ୍ୱାସ୍ଥ୍ୟ ପାଇଁ ଭଲ

ଦିନଟି ଫୂର୍ତ୍ତିରେ କଟୁ ବୋଲି ଆପଣ ଚାହୁଁଛନ୍ତି କି? ସକାଳୁ ଉଠି କିଛି ଏପରି କରନ୍ତୁ ଯାହା ଫଳରେ ଆପଣଙ୍କ ପୂରା ଦିନଟି ଏକଦମ୍‌ ଭଲରେ କଟିବ।

-ସକାଳୁ ଉଠିବା ମାତ୍ରେ ଶୌଚ ସାରି ବାହାରେ ଖୋଲା ଆକାଶ ତଳେ ଟିକେ ବୁଲି ଆସନ୍ତୁ। ଅଥବା ଯୋଗ କରନ୍ତୁ।

-ଏହାପରେ ପଇଡ଼ ପାଣି ପିଅନ୍ତୁ। ଦେଖିବେ ଆପଣଙ୍କୁ ଏକ୍‌ଦମ ଫୂର୍ତ୍ତି ଲାଗିବ।

-ପାରୁଛନ୍ତି ଯଦି ସକାଳ ସମୟରେ କ୍ଷୀର ଚା’ ପରିବର୍ତ୍ତେ ନାଲି ଚା’ ପିଅନ୍ତୁ।

-ସକାଳୁ ସକାଳୁ ଉଠି ମନ ପସନ୍ଦର ଗୀତ ଶୁଣିଲେ ପୂରା ଦିନଟି ଭଲରେ କଟେ।

-କିଛି କରିବା ପୂର୍ବରୁ ଯେକୌଣସି ବହି ପଢ଼ନ୍ତୁ। ପୁସ୍ତକ ଅଧ୍ୟୟନ କଲେ ଦିନ ସାରା ନିଜକୁ ସ୍ମାର୍ଟ ସ୍ମାର୍ଟ ଅନୁଭବ ହୋଇଥାଏ।

ସମ୍ବନ୍ଧିତ ଖବର