ସେଓ ବିଷୟରେ ଏକଥା ଜାଣିଲେ , ଆପଣ ବି ସେଓ ଖାଇବାକୁ ଡରିବେ !

ଫଳମାନଙ୍କ ଭିତରେ ସେଓ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ହେତୁ ସମସ୍ତେ ଏଥିରେ ସୁଖ ମଣନ୍ତି। ଆମ ଘରେ ସେଓ ପ୍ରାୟତଃ ଥାଏ। ତା’ଛଡା ସେଓର ଜୁସ୍‌, ଜାମ୍‌ ଆଦି ମଧ୍ୟ ଆମେ ଖାଇଥାଉ।
ସେଓ ଏବେ ସ୍ୱାଦିଷ୍ଟ ଫଳ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ବୋଲି ଆମେ ମନେ କରିଥାଉ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଆପଣ ଖାଉଥିବା ସେଓ ବାସ୍ତବରେ ସ୍ୱାସ୍ଥ୍ୟପ୍ରଦ ନୁହେଁ।
କାରଣ, ସେଓରେ ମହମର ପ୍ରଲେପ ଦିଆଯାଇଥାଏ। ହଁ ସେଓକୁ ସଂରକ୍ଷିତ ରଖିବା ପାଇଁ ତାକୁ ଶୀତଳ ଭଣ୍ଡାରରେ ରଖା ଯାଇଥାଏ। ସେଥିରେ ସିନ୍ଥେଟିକ୍‌ ମହମର ପ୍ରଲେପ ଦିଆଯିବା ପରେ ସେଓକୁ ଶୀତଳ ଭଣ୍ଡାରରେ ରଖାଯାଇଥାଏ। ଆପଣ ଜାଣି ବିସ୍ମିତ ହେବେ ଯେ ତାଜା ଦେଖା ଯାଉଥିବା ସେଓ ପ୍ରକୃତରେ ଏକ ବର୍ଷର ପୁରୁଣା। ଯେତେବେଳେ ଆପଣ ଏକ କୃତ୍ରିମ ରୂପେ ଏହି ସେଓକୁ କାଟନ୍ତି, ଦେଖିବେ ସେଥିରେ ପତଳା ଆସ୍ତରଣ ରହିଛି।
ଏହି ଆସ୍ତରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, କାରଣ ଏଥିରେ ପେଟ୍ରୋଲିୟମ୍‌ ଆଧାରିତ ମହମର ଉପଯୋଗ କରାଯାଇଥାଏ। ଏହି ସେଓ ଖାଇଲେ ହଜମ କ୍ରିୟା ପ୍ରଭାବିତ ହୋଇଥାଏ। ଏପରିକି ଏହା କର୍କଟ ରୋଗର ମଧ୍ୟ କାରଣ ହୋଇଥାଏ।


ଆପଣ ସେଓରେ ଗରମ ପାଣି ପକାଇଲେ, ସେଥିରେ ମହମର ଏକ ମୋଟା ଆସ୍ତରଣ ଦେଖାଦେବ। ଏଥିରୁ ରକ୍ଷା ପାଇବା ଲାଗି ଏକ ପାତ୍ରରେ ୪ ଇଂଚ ଗରମ ପାଣି ନିଅନ୍ତୁ। ସେଥିରେ ଏକ ବଡ଼ ଚାମଚ ଲେମ୍ବୁ ରସ ଓ ବେକିଂ ସୋଢା ମିଶାନ୍ତୁ। ସେହି ପାଣିରେ ସେଓକୁ ରଖି ବ୍ରଶରେ ସଫା କରନ୍ତୁ। ଭଲଭାବେ ସଫା କରିବା ପରେ ତାକୁ ଶୁଖାଇ ଦିଅନ୍ତୁ।

ସମ୍ବନ୍ଧିତ ଖବର