ସାବଧାନ! ଏସବୁ କଥା ନ ମାନିଲେ ଆପଣଙ୍କ ଆଖି ଖରାପ ହୋଇପାରେ

ଆଜିକାଲି ବଡ଼ ଲୋକଙ୍କ କଥା ଛାଡ଼ନ୍ତୁ ଛୋଟ ଛୁଆଙ୍କର ବି ଆଖି ସମସ୍ୟା ଦେଖା ଦେଉଛି। ଆଖି ସମସ୍ୟା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିପ୍ରତି ଧ୍ୟାନ ନ ଦେଲେ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ରହିଛି। ତେବେ, ଆସନ୍ତୁ ଜାଣିବା କିପରି ନେବା ଆମେ ଆମ ଆଖିର ଯତ୍ନ।

-ଯେତେ ବି ବ୍ୟସ୍ତ ରୁହନ୍ତୁ ପଛେ ଦିନକୁ ଅତି କମ୍‌ରେ ୭ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।

-କମ୍ପ୍ୟୁଟର୍‌ ସାମ୍ନାରେ କାମ କରୁଥିଲେ ଲେଜର୍‌ କଣ୍ଟ୍ରୋଲ୍‌ ଚଷମା ପିନ୍ଧନ୍ତୁ। ଖରାକୁ ଯାଉଥିଲେ ୟୁଭି ପ୍ରୋଟେକ୍ସନ ଚଷମା ବ୍ୟବହାର କରନ୍ତୁ।

-ମଝିରେ ମଝିରେ ଆଖିକୁ ସ୍ୱଚ୍ଛ ପାଣିରେ ଧୋଇବା ସହ ନରମ ରୁମାଲରେ ପୋଛନ୍ତୁ।

– ମହିଳାମାନେ କେମିକାଲ୍‌ ମିଶ୍ରିତ କଜ୍ଜ୍ୱଳ ପରିବର୍ତ୍ତେ ଘରେ ତିଆରି କଜ୍ଜ୍ୱଳ ଆଖିରେ ଲଗାନ୍ତୁ।

-ମୋବାଇଲ୍‌ କିମ୍ବା କମ୍ପ୍ୟୁଟର୍‌ରୁ ଆବଶ୍ୟକୀୟ ଦ୍ୱରତା ରଖି କାମ କରନ୍ତୁ।

-ଡାକ୍ତରଙ୍କ ପରାମର୍ଶ କ୍ରମେ ଆଖି ଡ୍ରପ ବ୍ୟବହାର କରନ୍ତୁ।

-ଟେବୁଲ୍‌ ଲ୍ୟାମ୍ପ କିମ୍ବା ଚାର୍ଜ ଲାଇଟ୍‌ ପରି ଅଳ୍ପ ଆଲୋକରେ ପଢ଼ା ଲେଖା ନ କରିବାକୁ ଚେଷ୍ଟା କରନ୍ତୁ।

-ପ୍ରଚୁର ପରିମାଣର ଶାଗ ଏବଂ ସବୁଜ ପନିପରିବା ଖାଆନ୍ତୁ।

ସମ୍ବନ୍ଧିତ ଖବର