ଜାମୁକୋଳି ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

0 767

ବର୍ଷା ଏବଂ ଖରାଦିନେ ଲୋକମାନେ ଜାମୁକୋଳି ଖାଇବାକୁ ପାଇଥାନ୍ତି । ଉଭୟ ଖଟା,ମିଠା ଓ କଷା ଲାଗୁଥିବା ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ,ପୋଟାସିୟମ,ଆଇରନ କାର୍ବୋହାଇଡ଼୍ରେଟ୍‌,ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି କୌଣସି ଔଷଧଠାରୁ କମ ହୋଇ ନ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଜାମୁକୋଳି ଖାଇ ସାରିବା ପରେ ଏହି ୩ଟି ଜିନିଷ ଖାଇଲେ ଆପଣଙ୍କ ଶରୀର ଉପରେଏହାର ଭଲ ପ୍ରଭାବ ପଡ଼ିବା ପରିବର୍ତ୍ତେ ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ସେ ୩ଟି ଜିନିଷ ବିଷୟରେ….।

୧.କେବେ ବି ଭୁଲରେ ଜାମୁକୋଳି ଖାଇ ସାରିବା ପରେ କ୍ଷୀର ପିଅନ୍ତୁ ନାହିଁ । ଦୁଇଟି ଜିନିଷକୁ ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରରେ ଏକ ବିଷାକ୍ତ ଗ୍ୟାସ ପ୍ରସ୍ତୁତ ହୋଇଥାଏ, ଯାହାଦ୍ୱାରା ପେଟଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

nari.punjabkesari.in
Panda Mobile only

୨.ଜାମୁକୋଳିି ଖାଇବା ପରେ ପରେ ଆଚାର ଖାଆନ୍ତୁ ନାହିଁ । ଆଚାର ଏବଂ ଜାମୁକୋଳି ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରକୁ ଯାଇ ତାହା ବିଷ ପାଲଟି ଯାଇଥାଏ । ଯାହାଦ୍ୱାରା ଜାମୁକୋଳିରୁ ମିଳୁଥିବା ଭଲ ପ୍ରଭାବ ଶରୀରକୁ ମିଳି ପାରି ନଥାଏ ।

nari.punjabkesari.in

୩.ଜାମୁକୋଳି ଖାଇବା ପରେ ପରେ ହଳଦୀ ଖାଇବା ଦ୍ୱାରା ପେଟ ଜଳିବା ଭଳି ଅନୁଭବ ହୋଇଥାଏ । ଯାହାଦ୍ୱାରା ଡ଼ାଇରିଆ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.