ଏହି ୪ଟି ଅଙ୍ଗକୁ  ଆଙ୍ଗୁଠିରେ ବାରମ୍ବାର ଛୁଇଁବା ଶରୀର ପାଇଁ ହାନିକାରକ ହୋଇପାରେ

ମଣିଷ ସୁସ୍ଥ ରହିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ । କିନ୍ତୁ ବେଳେ ବେଳେ ନିଜ ଅଜାଣତରେ କିଛି ଏପରି ଭୁଲ କରି ବସିଥାଏ,  ଯାହାର ପରିଣାମ ତାକୁ ପରେ ଭୋଗିବାକୁ ପଡ଼ିଥାଏ । କିଛି ଲୋକଙ୍କର ଶରୀରର ବିଭିନ୍ନ ଅଂଶକୁ ବାରମ୍ବାର ଛୁଇଁବାର ଖରାପ ଅଭ୍ୟାସ ରହିଥାଏ । ସେମାନଙ୍କର ଏହି ଖରାପ ଅଭ୍ୟାସ ଶରୀରରକୁ କ୍ଷତି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ଆପଣମାନେ ଆପଣଙ୍କ ଅଜାଣତରେ କରୁଥିବା ଏହି ୪ଟି ଭୁଲ ବିଷୟରେ….

୧.କିଛି ଲୋକ ବାରମ୍ବାର ନିଜ ଆଖିକୁ ହାତରେ ମଳିଥାନ୍ତି । ଏପରି କରିବା ଦ୍ୱାରା ହାତର ବ୍ୟାକ୍ଟେରିଆ ଆଖିକୁ ଚାଲି ଯାଇଥାଏ । ଯାହାଦ୍ୱାରା ଆଖି କୁଣ୍ଡାଇ ହେବା ବା ପୋଡ଼ା ଜଳା ଭଳି ସମସ୍ୟା ଦେଖା ଦେଇଥାଏ ।

Naukri Nama

୨.ମୁହଁରେ ବ୍ରଣ ହେବା ଏକ ସାଧାରଣ କଥା । କିନ୍ତୁ କିଛି ଲୋକ ମୁହଁରେ ବ୍ରଣ ହେଲେ ବାରମ୍ବାର ହାତ ସେଥିରେ ଲଗାଇଥାନ୍ତି । ବ୍ରଣକୁ ଛୁଇଁବା ଦ୍ୱାରା ତାହାର ବ୍ୟାକ୍ଟେରିଆ ମୁହଁର ଅନ୍ୟ ଭାଗକୁ ଚାଲି ଯାଇଥାଏ ।

୩. ଖାଦ୍ୟ ଖାଇବା ପରେ ଖାଦ୍ୟର  କିଛି ଅଂଶ ମୁହଁରେ ରହି ଯାଇଥାଏ, ଯାହାକୁ କିଛି ଲୋକଙ୍କର ନିଜ ହାତରେ ବାହାର କରିବାର ଖରାପ ଅଭ୍ୟାସ ରହିଥାଏ । ଏପରି କରିବା ଦ୍ୱାରା ହାତର ବ୍ୟାକ୍ଟେରିଆ ମୁହଁକୁ ଏବଂ ମୁହଁର ବ୍ୟାକ୍ଟେରିଆ ହାତକୁ ଆସି ଯାଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

୪.ନାକରେ ଆଙ୍ଗୁଠି ଭର୍ତ୍ତି କରିବା ଦ୍ୱାରା ନାକର ବ୍ୟାକ୍ଟେରିଆ ଆଙ୍ଗୁଠିକୁ ଏବଂ ଆଙ୍ଗୁଠିର ନାକକୁ ଚାଲି ଯାଇଥାଏ,  ଯାହାଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

Alizatrade.com
ସମ୍ବନ୍ଧିତ ଖବର