ରାତିରେ କାକୁଡ଼ି ଖାଇବା ଅନୁଚିତ,ଜାଣନ୍ତୁ କାରଣ!

କାକୁଡ଼ି ଆମ ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଲାଭଦାୟକ ବୋଲି କୁହାଯାଇଥାଏ। ବିଶେଷ କରି ଆମେ ଖରା ଦିନେ ବେଶି କାକୁଡ଼ି ଖାଇଥାଉ। ହେଲେ ଆପଣ ଜାଣନ୍ତି କି କାକୁଡ଼ି ଦେହ ପାଇଁ ଭଲ ନୁହେଁ।
ଜାଣନ୍ତୁ ତାହା କ’ଣ?….
କେତେକ ଲୋକ ଡ଼ାଏଟିଂ ପାଇଁ ଦିନରେ ୧୦ ରୁ ୧୨ ଟି କାକୁଡ଼ି ଖାଇଥାନ୍ତି। କିନ୍ତୁ ଆବଶ୍ୟକତାଠାରୁ ଅଧିକ କାକୁଡ଼ି ଖାଇବା ଦେହ ପାଇଁ କ୍ଷତିକାରକ । ପ୍ରଥମ କଥା ହେଲା ରାତିରେ କେବେ ହେଲେ କାକୁଡ଼ି ଖାଇବା ଉଚିତ ନୁହେଁ। ଏଥିପାଇଁ ହିନ୍ଦୀରେ ଏକ ଢ଼ଗ ରହିଛି-ତାହା ହେଲା ‘ସୁବହ କୋ ହୀରା ,‘ଦିନ୍‌ମେଁ ଖିରା,‘ଔର୍‌ ରାତ୍‌ ମେଁ ପୀଡ଼ା’।ଏହାର ଅର୍ଥ ହେଲା ସକାଳ ସମୟରେ କାକୁଡ଼ି ଖାଇବା ଶରୀର ପାଇଁ ସବୁଠାରୁ ଲାଭଜନକ। ଦିନବେଳା ଖାଇଲେ ବି ଭଲ,କିନ୍ତୁ ରାତିରେ କାକୁଡ଼ି ଖାଇଲେ ଶରୀରରେ ପୀଡ଼ା ଅନୁଭୂତ ହୋଇଥାଏ।

153556336

କାକୁଡ଼ିରେ କୁକୁର୍ବିଟାଇନ୍‌ସ ନାମକ ଏକ ବିଷାକ୍ତ ତତ୍ତ୍ୱ ରହିଛି। ଏଣୁ ଅଧିକ ମାତ୍ରାରେ କାକୁଡ଼ି ଖାଇଲେ ,ଏହି ପଦାର୍ଥ ଶରୀରରେ ପ୍ରବେଶ କରିଥାଏ। ଏହାଫଳରେ ଲିଭର୍‌,ଅଗ୍ନାଶୟ ଓ ମୂତ୍ରାଶୟ ସମେତ ଶରୀରର କେତେକ ଅଙ୍ଗ କୁଣ୍ଡାଇ ହୋଇଥାଏ। କାକୁଡ଼ି ଭାରି ଥଣ୍ଡା। ଏଣୁ ଯଦି ଆପଣଙ୍କର କଫ,ଥଣ୍ଡା ବା ଶ୍ୱାସ ହେବା ଭଳି ରୋଗ ଥାଏ,ତେବେ ରାତିରେ କାକୁଡ଼ି ଖାଇବାରୁ ନିବୃତ୍ତ ରୁହନ୍ତୁ।

ସମ୍ବନ୍ଧିତ ଖବର