ଖାଇବା ପରେ ଏହି ସବୁ କାର୍ଯ୍ୟ ଆଦୌ କରନ୍ତୁ ନାହିଁ

ସାଧାରଣତଃ ଆମେ ଆମର ବ୍ୟସ୍ତବହୁଳ ଜୀବନରେ ଖାଇବା ପରେ ପରେ ଏପରି କିଛି କାର୍ଯ୍ୟକୁ କରି ବସିଥାଉ,ଯାହାକିି ଆମ ଶରୀର ପାଇଁ କାଳ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଖାଇବା ପରେ କେଉଁ କେଉଁ କାର୍ଯ୍ୟ କରିବାଟା ଅନୁଚିତ ଅଟେ,ସେହି ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା ଖାଇବା ପରେ କେଉଁସବୁ କାର୍ଯ୍ୟ କରିବା ଅନୁଚିତ।

୧-ଆପଣ କେବେହେଲେ ବି ଖାଇବା ପରେ ସିଗାରେଟ୍‌ ପିଅନ୍ତୁ ନାହିଁ: କାହିଁକିନା ସିଗାରେଟ୍‌ରେ ଅଧିକ ମାତ୍ରାରେ ନିକୋଟିନ୍‌ ରହିଥିବା ଯୋଗୁଁ ,ଏହା ଆମ ଶରୀରର ଲଙ୍ଗ୍‌ସ ଏବଂ ଡ଼ାଇଜେଷ୍ଟିଭ୍‌ ସିଷ୍ଟମ୍‌କୁ ଖରାପ କରିବାର ଆଶଙ୍କାକୁ ବଢ଼ାଇଥାଏ।ତେଣୁ ଆପଣ ଖାଇବା ପରେ ସିଗାରେଟ୍‌ ଟାଣନ୍ତୁ ନାହିଁ।ଆଉ ଯଦି ଆପଣ ଏହାକୁ ନ କରନ୍ତି ତ,ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ନେଇଆସେ!

୨-କେବେ ବି ଖାଇଲାପରେ ସ୍ନାନ କରନ୍ତୁ ନାହିଁ: ଖାଇ ସାରିବା ପରେ ବ୍ୟକ୍ତିର ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଯଦି ଆମେ ଖାଇସାରିବା ପରେ ଥଣ୍ଡା ପାଣିରେ ଗାଧେଇଥାଉ ତ,ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ରୋଗକୁ ଡ଼ାକିଆଣିଥାଏ। ଯଦି ଆପଣଙ୍କର ଏହି ଅଭ୍ୟାସଟି ରହିଅଛି,ତେବେ ଆପଣ ଖାଇବାର ଅଧଘଣ୍ଟାଏ ପରେ କେବଳ ଉଷୁମ ପାଣିରେ ଗାଧାନ୍ତୁ। ଏହାଦ୍ୱାରା ଆପଣ ବିଭିନ୍ନ ରୋଗରୁ ଦୂରେଇ ରହିବେ।

୩- ଯଦି ଆପଣଙ୍କର ଖାଇସାରିବା ପରେ ଚା’ ପିଇବାର ଅଭ୍ୟାସଟି ିଅଛି ତ,ତେବେ ଆପଣ ଏହି ଅଭ୍ୟାସକୁ କମାଇଦିଅନ୍ତୁ। ନହେଲେ ଆପଣ ଅସୁସ୍ଥ ହୋଇପାରନ୍ତି। କାରଣ ଆମେ ଖାଇଲା ବେଳେ ଆମକୁ ଅଧିକ ମାତ୍ରାରେ ନ୍ୟୁଟ୍ରିସନ୍‌ ଓ ମିନେରାଲ୍ସ ମିଳିଥାଏ। ହେଲେ ଚା’ ପିଇଲେ ଏହା ଅବ୍‌ଜର୍ଭ ହୋଇଯାଏ। ଯେଉଁ କାରଣକୁ ନେଇ ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗସବୁ ମାଡ଼ିବସେ।

୪-ଯଦି ଆପଣ ଓଭର୍‌ ଇଟିଙ୍ଗ୍‌ କରୁଛନ୍ତି ଅର୍ଥାତ୍‌ ଆପଣ ପ୍ରତି ଅଧ ଘଣ୍ଟାରେ କିମ୍ବା ଘଣ୍ଟାରେ ଖାଉଛନ୍ତି,ତେବେ ଆପଣ ଏହି ଅଭ୍ୟାସରୁ ଦୂରେଇ ରୁହନ୍ତୁ। ଏହା ନକଲେ ଆପଣ ବିଭିନ୍ନ ପ୍ରକାରର ରୋଗରେ ପଡ଼ିପାରନ୍ତି। ଏଥିପାଇଁ ଆପଣ ୨ଟି ମିଲ୍‌ ଭିତରେ ଯଥେଷ୍ଟ ଅନ୍ତର ରଖନ୍ତୁ। ଏହାଦ୍ୱାରା ଆପଣ ନିରୋଗୀ ହୋଇପାରିବେ।

୫-କୌଣସି ଜିନିଷ ଖାଇ ସାରି ଥଣ୍ଡାପାଣିକୁ ପିଅନ୍ତୁ ନାହିଁ, କାହିଁକିନା ଥଣ୍ଡାପାଣି ପିଇବା ଫଳରେ ବ୍ୟକ୍ତିର ଖାଦ୍ୟ ହଜମ ହୋଇନଥାଏ। ଏହା ଦେହ ଖରାପ କରିଥାଏ।

୬-ଆପଣଙ୍କୁ ଯଦି ବ୍ୟାୟାମ କରିବାର ଅଭ୍ୟାସ ରହିଛି,ତେବେ ଆପଣ ଏହାକୁ ଖାଦ୍ୟ ଖାଇବାର ଘଣ୍ଟେ ପରେ କରନ୍ତୁ।

୭-ସର୍ବଶେଷରେ ଆପଣ ଖାଦ୍ୟ ଖାଇବା ପରେ ବଜ୍ରାସନ କରନ୍ତୁ। ଏଥିସହିତ ଖାଇବା ପରେ ଆପଣ ୧୦ରୁ ୧୫ ମିନିଟ୍‌ ଛିଡ଼ା ହୋଇ ରୁହନ୍ତୁ। ଆଉ ଯଦି ଆପଣ ଖାଇଲା ପରେ ସଂଗେ ସଂଗେ ହିଁ ଶୋଇପଡ଼ନ୍ତି କି ବସିପଡ଼ନ୍ତି ତ,ତେବେ ଏହା ଆପଣଙ୍କ ପେଟକୁ ବଢ଼ାଇ ଦେଇଥାଏ। ଯାହାକି ଆପଣଙ୍କ ଶରୀର ପାଇଁ ବିଭିନ୍ନ ରୋଗକୁ ଡ଼ାକିଆଣିଥାଏ। ତେଣୁ ଆପଣ ଖାଇଲା ପରେ କିଛି ସମୟ ପାଇଁ ଛିଡ଼ା ହୁଅନ୍ତି ବା ବଜ୍ରାସନ କରନ୍ତୁ।

ସମ୍ବନ୍ଧିତ ଖବର