ଶୋଇବା ସମୟରେ ଘର ଭିତରେ ଖୋଲାରେ ରଖାଯାଇଥିବା ପାଣି ପିଅନ୍ତୁ ନାହିଁ !

ସାଧାରଣତଃ ଲୋକମାନେ ଶୋଇବା ସମୟରେ ପାଣି ଗ୍ଲାସ ରଖି ଶୁଅନ୍ତି । ରାତିରେ ଶୋଷ ଲାଗିଲେ ଯେବେ ଉଠନ୍ତି, ସେହି ପାଣି ପିଅନ୍ତି । ଆମେ ଜାଣୁ, ପାଣିକୁ ଅମୃତ କୁହାଯାଏ । ଯେତେ ପାଣି ପିଇଲେ ଦେହ ପାଇଁ ଭଲ ହୋଇଥାଏ । କିନ୍ତୁ ଆମକୁ ପାଣି ରଖୁଥବା ପରିବେଶ ଉପରେ ମଧ୍ୟ ଧ୍ୟାନ ରଖିବା ଦରକାର ।

ଏକଥା ଆପଣ ଜାଣନ୍ତି କି, ରାତିରେ ଶୋଇବା ଘରେ ରଖିଥିବା ପାଣି ସକାଳୁ ଉଠିି ପିଇବା ଦ୍ୱାରା ଶରୀର ପାଇଁ ଭଲ ହୋଇ ନ ଥାଏ । ଏହି ପାଣି ଶରୀର ପାଇଁ ବିଷ ସଦୃଶ୍ୟ ହୋଇଥାଏ । ଯଦି ଆପଣ ଏପରି କରୁଛନ୍ତି, ତା’ହେଲେ ଏ ଅଭ୍ୟାସ ଛାଡ଼ନ୍ତୁ । ପିଲାଦିନରୁ ଆମେ ପଢି ଆସୁଛେ ଯେ ଶୋଇବା ସମୟରେ ଆମ ଶରୀରରୁ ପ୍ରଚୁର ମାତ୍ରାରେ କାର୍ବନ-ଡାଇଅକ୍ସାଇଡ୍‌ ଉତ୍ପନ୍ନ ହୋଇଥାଏ । ତେଣୁ ଆମେ ଶୋଇଥିବା କୋଠରିରେ ମଧ୍ୟ ବହୁତ କାର୍ବନ ଡାଇଅକ୍ସାଇଡ୍‌ ଉତ୍ପନ୍ନ ହୋଇଥାଏ ଏବଂ ତାହା ରଖାଯାଇଥିବା ଗ୍ଲାସ ପାଣିରେ ମିଶିଯାଇଥାଏ । ସେଥିପାଇଁ ଆମକୁ ଧ୍ୟାନ ରଖିବା ଦରକାର କି ଯେତେବେଳେ ଆମକୁ ଶୋଷ ଲାଗିବ, ଆମେ ପାଣି ଭରିକି ପିଇବା ଉଚିତ୍‌ । ଶୋଇବା ସମୟରେ ପାଖରେ ରଖାଯାଇଥିବା ପାଣିକୁ ପିଇବା ଉଚିତ୍‌ ନୁହେଁ ।

ସମ୍ବନ୍ଧିତ ଖବର