ଅଧିକ ଲୁଣ ଖାଉଛନ୍ତି କି? ଜାଣନ୍ତୁ ଦୈନିକ କେତେ ଗ୍ରାମ୍‌ ଲୁଣ ଖାଇବା ଜରୁରୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭଙ୍କର ନୁହେଁ, ଯଦିଓ ଲୁଣରେ ଥିବା ସୋଡିୟମ୍‌ ଏବଂ କ୍ଲୋରାଇଡ୍‌ ଆମ ଶରୀର ପାଇଁ ଉପଯୋଗୀ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଜଣେ ଲୋକ ପ୍ରତିଦିନ ୯ରୁ ୧୨ ଗ୍ରାମ ଲୁଣ ଖାଇଥାଆନ୍ତି । ଏହି ପରିମାଣ ଆବଶ୍ୟକତା ଠାରୁ ଅଧିକ। ଏମତିି ଖାଇବା ଦ୍ୱାରା ହାର୍ଟ ଆଟାକ୍‌, କିଡନି ଜନିତ ସମସ୍ୟା ହୋଇଥାଏ। କ୍ଲୋରାଇଡ୍‌ ପାଚନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକମାନଙ୍କର ଲୋ ବ୍ଲଡପ୍ରେସର ଅଛି, ସେମାନେ ଠିକ୍‌ ପରିମାଣରେ ଲୁଣ ଖାଇବା ଆବଶ୍ୟକ। କାହିଁକି ନା ଲୁଣ ବ୍ଲଡ ପ୍ରେସରକୁ ବଢ଼ାଇ ଥାଏ। ଅଧିକ ଲୁଣ ଖାଇବା ହୃତପିଣ୍ଡ ପାଇଁ ଭଲ ନୁହେଁ। ଯଦିଓ ହାଡକୁ ଶକ୍ତ ରଖିବା ଲାଗି କ୍ୟାଲସିୟମ୍‌ ଆବଶ୍ୟକ ହୋଇଥାଏ। କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଏହା ଶରୀରରୁ କ୍ୟାଲସିୟମ୍‌ ବାହାର କରିଦେଇଥାଏ। ଡାକ୍ତରଙ୍କ ଅନୁସାରେ ଯେଉଁମାନେ ଅଧିକ ଲୁଣ ଖାଇଥାନ୍ତି, ସେମାନେଙ୍କର ପେଟରେ କ୍ୟାନସର ହେବାର ସମ୍ଭାବନା ରହିଥାଏ। କେତେ ଲୁଣ ଖାଇବା ଆବଶ୍ୟକ ଆସନ୍ତୁ ଜାଣିବା

NPR

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଦିନ ସାରା ୬ ଗ୍ରାମ୍‌ରୁ ଅଧିକ ଲୁଣ ଖାଇବା ଉଚିତ୍‌ ନୁହେଁ। ଛୁଆମାନେ ୪ ଗ୍ରାମ୍‌ ଲୁଣ ଖାଇବା ଉଚିତ୍‌। ୧ ବର୍ଷରୁ କମ ପିଲାଙ୍କୁ ୧ ଗ୍ରାମ୍‌ରୁ ଅଧିକ ଲୁଣ ଦେବା ଉଚିତ୍‌ ନୁହେଁ। ଯଦି ଆପଣ ଏହି ମାତ୍ରାଠାରୁ ଅଧିକ ଲୁଣ ଖାଉଛନ୍ତି, ତା’ହେଲେ ଏହାର ପରିମାଣ କମାନ୍ତୁ।

ସମ୍ବନ୍ଧିତ ଖବର