୮ଘଣ୍ଟାରୁ ଅଧିକ ଶୋଉଛନ୍ତି କି? ହୋଇଯାନ୍ତୁ ସାବଧାନ

ଶରୀରକୁ ଠିକ୍‌ ରଖିବା ପାଇଁ ସୁନିଦ୍ରା ଏକାନ୍ତ ଆବଶ୍ୟକ । ଜଣେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ୬ରୁ ୮ଘଣ୍ଟା ଶୋଇବା ଉଚିତ୍‌ । କିଛି ଲୋକ ୬ରୁ ୮ଘଣ୍ଟା ଶୋଉଥିବା ବେଳେ କିଛି ଲୋକ ୮ଘଣ୍ଟାରୁ ଅଧିକ ଶୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କମ ଶୋଇବା ଦ୍ୱାରା ନୁହେଁ ୮ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଦରକାରଠାରୁ ଅଧିକ ଶୋଇଲେ କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

୧. ଯଦି ଆପଣ କୌଣସି ଶାରୀରିକ ପରିଶ୍ରମ ନ କରି ଅଧିକ ସମୟ ଶୋଉଛନ୍ତି । ତେବେ ଖାଦ୍ୟରେ ଥିବା କ୍ୟାଲୋରି ଶରୀରରେ ଜମା ହୋଇ ଚର୍ବିକୁ ବଢ଼ାଇଥାଏ । ଏହାଦ୍ୱାରା ଆପଣ ଧିରେ ଧିରେ ମୋଟା ହେବାକୁ ଲାଗିଥାନ୍ତି ।

MavCure.Com

୨.ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ଉପୁଜିଥାଏ । ଗବେଷଣା ଅନୁଯାୟୀ, ଯେଉଁମାନେ ୯ରୁ ୧୧ଘଣ୍ଟା ପର୍ଯ୍ୟନ୍ତ ଶୋଇଥାନ୍ତି ସେମାନଙ୍କଠାରେ ହୃଦ୍‌ଜନିତ ସମସ୍ୟା ଦେଖା ଯାଇଥାଏ ।
୩. ଅଧିକ ଶୋଇବା ଦ୍ୱାରା ପିଠି ବିନ୍ଧା ହେବାର ସମସ୍ୟା ଦେଖା ଯାଇଥାଏ ।
୪. ୮ଘଣ୍ଟାରୁ ଅଧିକ ଶୋଇଲେ ଟାଇପ୍‌-୨ ଡ଼ାଇବେଟିସ ହେବାର ଆଶଙ୍କା ବଢ଼ି ଯାଇଥାଏ । ଯାହା ପାଇଁ ଶରୀରକୁ ଆକ୍ଟିଭ୍‌ ଏବଂ ଫିଟ୍‌ ରଖିବା ଦରକାର ।

Reader’s Digest

୫. ଅଧିକ ସମୟ ଶୋଇବା ଦ୍ୱାରା ମହିଳାମାନଙ୍କ ପାଖରେ ମାସିକ ଧର୍ମ ବିଳମ୍ବ ହେବାର ସମସ୍ୟା ଦେଖା ଯାଇଥାଏ । ଏହାଦ୍ୱାରା ଶରୀରର ଅଳସୁଆପଣ, ମୁଣ୍ଡ ବିନ୍ଧା, ପିଠି ବିନ୍ଧା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର