ଫଳରସ ସହ ଔଷଧ ସେବନ କରୁଛନ୍ତି କି ? ଶୀଘ୍ର ବଦଳନ୍ତୁ ଏହି ଅଭ୍ୟାସ, ନଚେତ୍‌ ଭୋଗିବେ ଅସୁବିଧା 

0 274

ସାଧାରଣତଃ ଅନେକ ବ୍ୟକ୍ତି ଅସୁସ୍ଥତା ସମୟରେ ଫଳରସ ବା ଜୁସ୍‌ ସହ ଔଷଧ ସେବନ କରିବା ଅଧିକ ଲାଭଦାୟକ ବୋଲି ଚିନ୍ତା କରିଥାନ୍ତି।  କିନ୍ତୁ ପ୍ରକୃତରେଏହା ଶରୀର ପ୍ରତି ଲାଭଦାୟକ ନୁହଁ ବରଂ ବହୁ ମାତ୍ରାରେ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଔଷଧ ଶରୀରରେ ସଠିକ୍‌ ପ୍ରଭାବ ଦେଖାଇନଥିବା ବେଳେ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

Framepool

ଜୁସ୍‌ ସହିତ ଔଷଧ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନିକଟରେ କାନାଡାର ୟୁନିଭରସିଟି ଅଫ୍‌ ବେଷ୍ଟର୍ଣ୍ଣ ଓଣ୍ଟାରିଓରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି। ଏହାଫଳରେ ରୋଗୀଙ୍କର ରକ୍ତଚାପ ବୃଦ୍ଧି , କଲେଷ୍ଟ୍ରାଲରେ ବୃଦ୍ଧି ସହ ହୃତ୍‌ ସ୍ପନ୍ଦନରେ ଅନିୟମିତତା ଦେଖାଯାଇଥାଏ। ଫଳରସ ସହ  ଔଷଧ ଖାଇବା ଦ୍ୱାରା ଔଷଧର ପ୍ରଭାବ କମ ହୁଏ, ଯାହାଫଳରେ ଅଧିକ ମାତ୍ରାରେ ଶରୀର ଅସୁସ୍ଥ ହୋଇଥିଲା।

YouTube

ଗବେଷଣା ସମୟରେ ରୋଗୀଙ୍କୁ ବିଭିନ୍ନ ପ୍ରକାରର ଫଳରସ ସହ ଭିନ୍ନ ଭିନ୍ନ ଔଷଧ ସେବନ କରିବାକୁ ଦିଆଯାଇଥିଲା । ଯାହା ଦ୍ୱାରା ଫଳରସ ସହ ଔଷଧ ସେବନ କଲେ ଔଷଧର ଉପକାରୀ ତତ୍ତ୍ୱ କମ ହୋଇଥିବା ଜଣାପଡ଼ିଥିଲା । କିଛି ଔଷଧ ତ ଶରୀରକୁ ସୁସ୍ଥ କରିବା ସ୍ଥାନରେ ଅଧିକ କ୍ଷତି ପହଞ୍ଚାଇଥାନ୍ତି ।  ଏଣୁ ଔଷଧକୁ ସର୍ବଦା ପାଣି ସହ ହିଁ ସେବନ କରିବା ଉଚିତ । ଏହା ଦ୍ୱାରା ଶରୀରରେ ଔଷଧ ସଠିକ୍‌ ଭାବେ ମିଶିବା  ସହ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇଥାଏ।  ତେବେ ଏଥିପାଇଁ ସର୍ବଦା ହାଲୁକା ଉଷୁମ୍‌ ପାଣି ବ୍ୟବହାର କରିବା ଆବଶ୍ୟକ କେବେ ମଧ୍ୟ ଥଣ୍ଡା ପାଣି ସହ ଔଷଧ ସେବନ କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.