କରୋନାଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ କ’ଣ କରିବେ ଓ କ’ଣ କରିବେ ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ଚୀନର ଉହାନ୍‌ରେ ପ୍ରକଟ ହୋଇଥିବା ମାରାତ୍ମକ କରୋନାଭାଇରସ୍‌ ଏବେ ବିଶ୍ୱର ୬୦ଟି ରାଷ୍ଟ୍ରକୁ ବ୍ୟାପିଯିବା ସହ ୯୦ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୩୦୦୦ରୁ ଅଧିକ ଜୀବନ ନେଇ ସାରିଲାଣି। କରୋନାଭାଇରସ୍‌ର ଅଧିକ ପ୍ରଭାବ ଚୀନରେ ଥିବା ବେଳେ ଦକ୍ଷିଣ କୋରିଆ, ଇଟାଲୀ, ଜାପାନ  ଓ ଇରାନ୍‌ରେ ବି ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ପ୍ରତିଟି ଦେଶରେ ସଚେତନା ଅବଲମ୍ବନ କରାଯାଉଛି। ଭାରତ ସରକାର ଏହାକୁ ରୋକିବା ଲାଗି ଉପଦେଶାବଳୀ ଜରି କରିଛନ୍ତି।

ତେବେ ଏହି କରୋନାଭାଇରସ୍‌ରେ ସଂକ୍ରମଣରୁ ବଞ୍ଚିବା ପାଇଁ କ’ଣ କରିବା ଉଚିତ ଓ କ’ଣ ନକରିବା ଉଚିତ ଆସନ୍ତୁ ଜାଣିବା।

Image result for dos or don'ts in coronavirus
GoNewsIndia

                 କ’ଣ କରିବା ଉଚିତ

୧. ପ୍ରଥମତଃ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
୨. କିଛି ସମୟ ବ୍ୟବଧାନ ରଖି ସାବୁନ୍‌ରେ ଭଲ ଭାବେ ହାତକୁ ପରିସ୍କାର କରିବା ଅଭ୍ୟାସ କରନ୍ତୁ।
୩. ମନେ ରଖନ୍ତୁ, ଝିଙ୍କିବା ଓ କାଶିବା ସମୟରେ ନିଶ୍ଚୟ ମୁହଁକୁ କପଡ଼ା/ ରୁମାଲ୍ ଦେଇ ଘୋଡ଼ାନ୍ତୁ।
୪. ହାତ ମଇଳା ଦେଖା ଯାଉଥିଲେ ଭଲ ଭାବେ ହାତରେ ସାବୁନ୍‌ ଲଗାଇ ଚଳନ୍ତା ପାଣିରେ (ଉଦାହରଣ ସ୍ୱରୂପ-ଟ୍ୟାପ୍‌ ପାଣି) ତାହାକୁ ପରିସ୍କାର କରନ୍ତୁ।
୫. ସେହିପରି ହାତ ଯଦି ଅପରିସ୍କାର ଥିବା ଭଳି ଦେଖା ଯାଉନାହିଁ, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଆଲକହଲଯୁକ୍ତ ହାତ ଧୁଆ ସାବୁନ୍‌ ବ୍ୟବହାର କରି ହାତକୁ ଧୁଅନ୍ତୁ।
୬. ବ୍ୟବହୃତ ଟିସୁକୁ ବନ୍ଦ ଥିବା ଡଷ୍ଟବିନ୍‌ରେ ମନେ କରି ସଙ୍ଗେସଙ୍ଗେ ପକାନ୍ତୁ।
୮. ଏତଦ୍‌ ବ୍ୟତୀତ ଯଦି ଆପଣଙ୍କୁ କୌଣସି କାରଣରୁ ଅସୁସ୍ଥ ଲାଗୁଛି, ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Image result for dos or don'ts in coronavirus
The Hindu

            କ’ଣ କରିବା ଉଚିତ ନୁହେଁ

୧. ଜ୍ୱର, କାଶ ଓ ଥଣ୍ଡା ହୋଇଥିବା ରୋଗୀଙ୍କ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।
୨. ସର୍ବସାଧାରଣସ୍ଥାନମାନଙ୍କରେ ଛେପ ଓ ଖଙ୍କାର ଆଦି ପକାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ।
୩.ପଶୁପକ୍ଷୀଙ୍କ ଠାରୁ ଦୂରେଇ ରୁହନ୍ତୁ। କଞ୍ଚା କିମ୍ବା ଅଧାରନ୍ଧା ହୋଇଥିବା ମାଂସ ଖାଆନ୍ତୁ ନାହିଁ।
୪. ପଶୁପକ୍ଷୀଙ୍କ ଫାର୍ମ, ଜୀବନ୍ତ ପଶୁ ବଜାର ଓ ପଶୁ ମରାଯାଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ।

ସମ୍ବନ୍ଧିତ ଖବର