ଶ୍ରାଦ୍ଧ କ୍ରିୟା  ବେଳେ ଏସବୁ ତ୍ରୁଟି କରିବା ଉଚିତ ନୁହେଁ 

ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ଏହା ଆଗାମୀ ଅକ୍ଟୋବର ୯ ତାରିଖ ସଂପୂର୍ଣ୍ଣ ହେବ। ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ କ୍ରିୟା  କରନ୍ତି, ସେମାନେ କେତେକ ନିର୍ଦ୍ଦିଷ୍ଟ କଥା ଉପରେ ଗୁରୁତ୍ୱ ଦେବା ଦରକାର। କାରଣ ଏଥିରେ ଭୂଲ ତ୍ରୁଟି ହେଲେ ଦାନ ପିତରୋଜନଙ୍କ ନିକଟରେ ପହଞ୍ଚି ନଥାଏ। ଏଣୁ ପୂଜା ସମୟରେ କେତେକ ବିଶେଷ କଥା ପ୍ରତି ଧ୍ୟାନ ଦେବା ଦରକାର

ତର୍ପଣ:ଏଥିରେ ଦୁଧ,ରାଶି,କୁଶ,ପୁଷ୍ପ,ସୁଗନ୍ଧ ମିଶ୍ରିତ ଜଳକୁ ପିତରୋଜନଙ୍କୁ ତର୍ପଣ କରିବା ଲାଗି ପ୍ରଦାନ କରାଯାଇଥାଏ। ଶ୍ରାଦ୍ଧ ପକ୍ଷରେ ଏହାକୁ ପ୍ରତିଦିନ କରିବାର ବିଧି ରହିଛି।

ଭୋଜନ ଓ ପିଣ୍ଡଦାନ:ଏଥିରେ ବ୍ରାହ୍ମଣଙ୍କୁ ଭୋଜନ ଦାନ ଦିଆଯାଏ।

ବସ୍ତ୍ରଦାନ:ବସ୍ତ୍ରଦାନ ଦେବା ମଧ୍ୟ ଶ୍ରାଦ୍ଧର ମୁଖ୍ୟ ଲକ୍ଷ୍ୟ।

ଦକ୍ଷିଣ ଦାନ: ଯଜ୍ଞଙ୍କ ପତ୍ନୀ ହେଉଛନ୍ତି ଦକ୍ଷିଣା। ଭୋଜନପରେ ବସ୍ତ୍ର ଓ ଦକ୍ଷିଣା ଦାନ ନ କଲେ, ତାର ଫଳ ମିଳି ନ ଥାଏ ବୋଲି କୁହାଯାଏ।

ଭିକ୍ଷୁକଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ- ଶ୍ରାଦ୍ଧ କ୍ରିୟା ସମୟରେ ଯଦି କୌଣସି ଭିକ୍ଷୁକ ଆସନ୍ତି,ତେବେ ତାଙ୍କୁ ଆଦରପୂର୍ବକ ଭୋଜନ କରାଇବା ଉଚିତ। ଭିକ୍ଷୁକଙ୍କୁ ଖାଲି ହାତରେ ଫେରାଇଲେ ଶ୍ରାଦ୍ଧ କ୍ରିୟା  ନିଷ୍ଫଳ ହୋଇଥାଏ।

ନଦୀ କୂଳରେ ବା ମନ୍ଦିରରେ କରାନ୍ତୁ ଶ୍ରାଦ୍ଧ କ୍ରିୟା : କେବଳ ବନ,ପର୍ବତ,ନଦୀ କୂଳ ବା ମନ୍ଦିର ଭଳି ପବିତ୍ର ସ୍ଥାନରେ ହିଁ କେବଳ ଶ୍ରାଦ୍ଧ କ୍ରିୟା କରାଯାଇଥାଏ।

ସମ୍ବନ୍ଧିତ ଖବର