ଆଜିକାଲି ଯୁବପିଢ଼ିଙ୍କ ଭିତରେ ରହିଛି ପତଳା ମୁହଁର ଟ୍ରେଣ୍ଡ୍‌; ଆପଣ ବି ବେକ ଓ ଗାଲ ପତଳା କରିବାକୁ ଚାହାନ୍ତି କି?

ମୋଟାପଣ ଆଜିକାଲିକା ପିଢ଼ି ପାଇଁ ଏକ ବେମାର ସଦୃଶ। କିଏ କେଉଁ ଭଳି ଭାବେ ମୋଟା ହେଉଛନ୍ତି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। କାହାର ଶରୀର ଠିକ୍‌ ଥିବା ବେଳେ ପେଟ ବାହାରିଯାଇ ଥାଏ ତ କାହାର ଜଙ୍ଘ, କାହାର ଗାଲ ତ ପୁଣି କାହାର ଅଣ୍ଟାରେ ଚର୍ବି ଜମିଯାଏ। ଆଜିକାଲି ଯୁବପିଢ଼ିଙ୍କ ଭିତରେ ପତଳା ମୁହଁର ଟ୍ରେଣ୍ଡ୍‌ ଚାଲିଛି। ଆଜିକାଲି ଗୋଲଗାଲ ଗୁହଁର ଚାହିଦା ପ୍ରାୟ କମିବାର ଲାଗିଲାଣି। କ’ଣ କଲେ ମୁହଁ ପତଳା ଦିଶିବ ସେ ନେଇ ଆଜିକାଲିର ଫେସନ୍‌ ପ୍ରିୟ ବ୍ୟକ୍ତିମାନେ ବେଶ ବ୍ୟଘ୍ର। ଚାଲନ୍ତୁ ଜାଣିବା ମୁହଁର ଚର୍ବି ଖସାଇବା ପାଇଁ ଆମକୁ କ’ଣ କରିବା ଉଚିତ।

ଏଥିପାଇଁ ଏକ ବ୍ୟାୟାମ ରହିଛି। ଆପଣଙ୍କୁ ପ୍ରଥମେ ବହୁତ ହସିବାକୁ ପଡ଼ିବ। ହସିବା ଦ୍ୱାରା ମୁହଁ ସଂପ୍ରସାରଣ ହୋଇଥାଏ। ତ୍ୱଚା ଏପଟସେପଟ ହେଲେ ହିଁ ଚର୍ବି ଖସିବାକୁ ସୁବିଧା ହୋଇଥାଏ।

ଏହା ଛଡ଼ା ମୁହଁରେ କ୍ରିମ୍‌ ଲଗାଇବା ବେଳେ ତଳୁ ଉପରକୁ ନୁହେଁ ବରଂ ଉପରୁ ତଳକୁ ଲଗାନ୍ତୁ। ଏପରି କରିବା ଦ୍ୱରା ମୁହଁ ଲମ୍ବାଳିଆ ହୋଇଥାଏ। ଗାଲରୁ ଚର୍ବି ଖସି ଯାଇଥାଏ।

ଏସବୁ ପରେ ବି ମୁହଁ ପାଇଁ ଆଉ କେଉଁ ବ୍ୟାୟାମ ରହିଛି ତାହା ଜାଣିବା ପାଇଁ ଆମେ ଏଠାରେ ଏକ ୟୁଟ୍ୟୁବ୍‌ ଭିଡିଓ ଅପ୍‌ଲୋଡ୍‌ କରିଛୁ। ସେଥିରୁ ଦେଖି ଆପଣ ପତଳା ମୁହଁ ପାଇବାରେ ସମର୍ଥ ହୋଇପାରିବେ।

ସମ୍ବନ୍ଧିତ ଖବର