ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ପିଅନ୍ତୁ ଚା ! ଜାଣନ୍ତୁ କେଉଁ ପ୍ରକାରର ଚା’ ଆପଣଙ୍କ ଶରୀର ପାଇଁ ଲାଭଦାୟକ

ଅଧିକାଂଶଙ୍କର ଚା’ ମନପସନ୍ଦ ପାନୀୟ ହୋଇଥାଏ । କିଛି ଲୋକଙ୍କର ଚା’ ଏବଂ କଫି ପିଇବାର ଏପରି ଅଭ୍ୟାସ ରହିଥାଏ, ଯାହା ବିନା ତାଙ୍କର ମୁଣ୍ଡ ବିନ୍ଧା ହେବା ସହ ଦିନ ତମାମ୍‌ ଅସ୍ୱସ୍ତି ଅନୁଭବ ହୋଇଥାଏ । ଏପରି ଅଭ୍ୟାସ ପାଇଁ କିଛି ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗର ମଧ୍ୟ ଦେଖାଯାଇଥାଏ । ଏହି ପରିପେକ୍ଷୀରେ ଆପଣଙ୍କୁ ନିଜର ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଚା’ ପିଇବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ କେଉଁ ଚା’ ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ପାଇଁ ଲାଭଦାୟକ ସେ ବିଷୟରେ ଜଣାଇବୁ ।
‘ଓ’ ବ୍ଲଡ୍‌ ଗ୍ରୁପ୍‌ : ଏହି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କ ପାଖରେ ପ୍ରାୟତଃ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ । ଏଥିସହ ଏହି ବର୍ଗର ବ୍ୟକ୍ତିଙ୍କ ନିକଟରେ ମାନସିକ ଅବସାଦ ବ ହୁମାତ୍ରାରେ ଦେଖାଯାଇଥାଏ । ଏଣୁ ଏହି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିିଙ୍କୁ ଅଦା ଚା’ ପିଇବା ଲାଭଦାୟକ ହୋଇଥାଏ । ଏମାନଙ୍କୁ କ୍ଷୀର ପ୍ରସ୍ତୁତ ଚା’ ପିଇବା କମ କରିବା ଉଚିତ୍‌ ।

punjabkesari

‘ଏ’ ବ୍ଲଡ୍‌ ଗ୍ରୁପ୍‌ : ଅନୁସନ୍ଧାନରୁ ଜଣାପଡ଼ିଛି ଏହି ବ୍ଲଡ଼ ଗ୍ରୁପ୍‌ର ବ୍ୟକ୍ତି ଅଧିକ ଚିନ୍ତାଗ୍ରସ୍ତ ରହିଥାନ୍ତି । ଏଣୁ ଏହି ବର୍ଗର ବ୍ୟକ୍ତିଙ୍କୁ ଚିନ୍ତାମୁକ୍ତ ରହିବା ପାଇଁ ଜୁଆଣୀ ଏବଂ ଜସ୍‌ମିନ୍‌ ଚା’ ପିଇବା ଉଚିତ୍‌ । ଏହି ବ୍ଳଡ୍‌ ଗ୍ରୁପ୍‌ର ଲୋକଙ୍କ ଶରୀରରେ ଏହି ଚା’ ଦ୍ୱାରା ସୁସ୍ଥତା ବଜାୟ ରହିଥାଏ ।
‘ବି’ ବ୍ଲଡ୍‌ ଗ୍ରୁପ୍‌ : ଏହି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଗ୍ରୀନ୍‌ ଟି , ଲେମନ୍‌ ଟି ଆଉ ତେଜପତ୍ର ଚା’ ଆଦି ପିଇବା ଉଚିତ୍‌। ଏହା ପିଇବା ଦ୍ୱାରା ଏହି ବର୍ଗର ବ୍ୟକ୍ତିଙ୍କ ଓଜନ ନିୟନ୍ତ୍ରିତ ରହିବା ସହ ପାଚନ ତନ୍ତ୍ର ମଜବୁତ ହୋଇଥାଏ ।

punjabkesari

‘ଏବି’ ବ୍ଲଡ୍‌ ଗ୍ରୁପ୍‌ : ଏହି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଅନ୍ୟଙ୍କ ଅପେକ୍ଷା ଅଧିକ ନିଦ ଲାଗିଥାଏ। ଏଣୁ ଏହି ବର୍ଗର ବ୍ୟକ୍ତିଙ୍କୁ ଯେତେ ସମ୍ଭବ ଚା’ ଏବଂ କଫି ଠାରୁ ଦୂରେଇ ରହିବା ଦରକାର । ଏଣୁ ଚା’ ଏବଂ କଫି ବଦଳରେ ହର୍ବାଲ୍‌ ଟି’ ପିଇବା ଏମାନଙ୍କ ପାଇଁ ଆବଶ୍ୟକ ।

ସମ୍ବନ୍ଧିତ ଖବର