ଶୋଇବା ଆଗରୁ କ’ଣ ପିଇଲେ କି ଫାଇଦା ମିଳେ ?

ଅଧିକାଂଶ ଲୋକ ବେଡକୁ ଯିବାମାତ୍ରେ ଶୋଇ ପଡ଼ନ୍ତି। ଦିନର କ୍ଳାନ୍ତି ସେମାନଙ୍କୁ ନିଦ ଆଣିବାରେ ସହାୟକ ହୋଇଥାଏ। ତେବେ କିଛି ଲୋକ ଶୋଇବା ଆଗରୁ କ’ଣ କରିବା ଉଚିତ ବା ଅନୁଚିତ ସେଥିପ୍ରତି ବି ଧ୍ୟାନ ଦେଇଥାନ୍ତି। କିନ୍ତୁ ରାତିରେ ଖାଇବାପରେ ଏବଂ ଶୋଇବା ଆଗରୁ କ’ଣ କରାଯିବା ଉଚିତ ତାହା ଜାଣିବା ଏକାନ୍ତ ଆବଶ୍ୟକ ବିଶେଷ କରି କ’ଣ ପିଇବା ଉଚିତ ବା ଅନୁଚିତ ତାହା ଜାଣିବ ଆବଶ୍ୟକ,କାରଣ ରାତିରେ ଭଲ ନିଦ ଆସିଥିଲେ ପର ଦିନ କାମ କରିବକୁ ସହଜ ମନେ ହୁଏ।

ବିଳମ୍ବିତ ରାତ୍ରିରେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ,ଓଜନ ବୃଦ୍ଧି ପାଇବ ନାହିଁ।

photo-goodrelaxation.com

ପ୍ରଥମଟି ହେଲା ଦୁଗ୍ଧ ପାନା ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍‌ ଭଲ ନିଦ ଆସେ। ତା’ଛଡ଼ା ଶରୀରରେ ଯେତେ ଚାପ ଥିଲେ ମଧ୍ୟ ତାହା କମିବା ସହିତ ଶରୀରର ଓଜନ ମଧ୍ୟ କମିଥାଏ।
ଠିକ୍‌ ସେହିପରି ଲୋକାଲୋଗି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ।ଏଥିରେ ଆଦୌ କ୍ୟାଲୋରି ନଥାଏ।
ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍‌ନେସ୍‌ କମିଥାଏ।
କେମୋ ମାଇଲ୍‌ ଟି ସେବନ କରି ମଧ୍ୟ ଓଜନ କମିଥାଏ।ଏହି ଚାହା ପିଇଲେ ଗ୍ଲିସେରିନ୍‌ର ସ୍ତରରେ ବୃଦ୍ଧି ପାଇଥାଏ।ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।
ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ।ଖାଲି ସେତିକି ନୁହେଁ ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।
ରାତିରେ ଶୋଇବା ଆଗରୁ ପ୍ରଚୁର ଜଳ ପିଇବା ଅନୁଚିତ କାରଣ ଏହା ନିଦରେ ବ୍ୟାଘାତ ସୃଷ୍ଟି କରିଥାଏ।

ସମ୍ବନ୍ଧିତ ଖବର