ଆମମାନଙ୍କ ଭିତରୁ ଅଧିକାଂଶ ଲୋକେ ସକାଳେ ଉଠିବାମାତ୍ରେ ଭିନ୍ନ ଭିନ୍ନ କାମ କରିଥାଆନ୍ତି। ସମସ୍ତଙ୍କୁ ଜଣା ଯେ,ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ହିତକାରକ। କଛି ଲୋକ ସକାଳେ ଶୋଇବା ଉଠିବା ମାତ୍ରେ ପାଣି ପିଇଥାନ୍ତି। ଖାଲି ସେତିକି ନୁହେଁ ମୁହଁ ଧୋଇବା ପୂର୍ବରୁ ବି ପାଣି ପିଇଥାନ୍ତି। ଆପଣ ଏହାର ଉପକାରିତା ଜାଣିଲେ ତାହାକୁ ଅଭ୍ୟାସରେ ପକାଇବେ। କାରଣ ଏଥିରୁ ଅନେକ ଫାଇଦା ମିଳିଥାଏ। ଆପଣ ଏକଥା ଶୁଣି ଭାବୁଥିବେ ଯେ, ବ୍ରସ୍ ନକରି ଜଳ ପିଇଲେ ବି କେମିତି ଶରୀର ପାଇଁ ଠିକ୍।
Sambad is now on WhatsApp
Join and get latest news updates delivered to you via WhatsApp
ସକାଳେ ଉଠିବା ମାତ୍ରେ ବାସି ମୁହଁରେ ପାଣି ପିଇଲେ ଆମ ଶରୀରର ହଜମ କ୍ରିୟା ଅଧିକ ମଜଭୁତ୍ ହୋଇଥାଏ ଓ କ୍ଷୁଧା ବି ବଢ଼ିଥାଏ।
ରାତିରେ ଶୋଇବା ସମୟରେ ମୁହଁରେ ଲାଳ ଥାଏ। ସକାଳୁ ଉଠି ପାଣି ପିଇଲେ ସେହି ଲାଳ ଶରୀରକୁ ଚାଲିଯାଇଥାଏ,ଏହାଫଳରେ ପେଟର ପିଛି ସମସ୍ୟା ଥିଲେ,ତାହା ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ସକାଳେ ଉଠି ବାସି ମୁହଁରେ ପାଣି ପିଇବେ ,ତେବେ ପେଟ ସଫା ହୋଇଯିବ। ତା’ ଛଡ଼ା ପେଟରେ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ବି ରହିବ ନାହିଁ। ସକାଳେ ଉଷୁମ ପାଣି ପିଇଲେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ।