ସାୟା ଓ ଘାଗରା ଜାତୀୟ ପୋଷାକ ହେତୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ

ବିଭିନ୍ନ କାରଣରୁ ଚର୍ମ କର୍କଟ ହୋଇଥାଏ ବୋଲି ଡାକ୍ତର ମତ ଦେଇଥାଆନ୍ତି। ତେବେ ନିକଟରେ ସାୟା ଓ ଘାଗରା ଜାତୀୟ ପୋଷାକ ଯୋଗୁଁ ଏକ ପ୍ରକାରର ଚର୍ମ କର୍କଟ ହୋଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି। କୌଣସି ବସ୍ତ୍ରକୁ ସବୁ ବେଳେ ଶରୀରର ନିର୍ଦିଷ୍ଟ ସ୍ଥାନରେ ଭିଡ଼ି ବାନ୍ଧିଲେ, ପିଗ୍‌ମେଣ୍ଟେସନ୍‌ ହୋଇପାରେ। ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ, କର୍କଟରେ ପରିଣତ ହେବାର ଆଶଙ୍କା ଅଧିକ।

ସେହିପରି ସାୟାରେ ବନ୍ଧାଯାଉଥିବା ଡୋରି ଏଥି ପାଇଁ ଦାୟୀ। ତେବେ, ମୋଟା କମରବନ୍ଧ ବା ବେଲ୍‌ଟ କର୍କଟ କରାଏ ନାହିଁ। ଚାଳିଶ ବର୍ଷରୁ ଅଧିକ ବୟସ୍କା ମହିଳାଙ୍କ କ୍ଷେତ୍ରରେ ସାୟା କର୍କଟ ଅଧିକ ମାତ୍ରାରେ ଦେଖାଯାଉଛି। ପ୍ରାଥମିକ ସ୍ତରରେ ଚିହ୍ନଟ କରାଯାଇ ନ ପାରିଲେ, ଏହାର ଚିକିତ୍ସା ବେଶ୍‌ ବ୍ୟୟବହୁଳ। ତେଣୁ, ନିର୍ଦିଷ୍ଟ ସ୍ଥାନରେ ସବୁ ବେଳେ ସାୟା ନ ବାନ୍ଧିବା ଏବଂ ହାଲୁକା ଭାବେ ବାନ୍ଧିବା ଲାଗି ଚିକିତ୍ସା ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର