ସକାଳୁ ଉଠିବା ବେଳେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ଆଜିକାଲି ଟେକ୍‌ନୋଲୋଜି ଯୁଗରେ ସକାଳୁ ଉଠିବା ଏକ ପ୍ରକାରର ଥୟ ହୋଇଗଲାଣି। ମୋବାଇଲ୍‌, କମ୍ପୁଟର୍‌ ସାମ୍ନାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚେଇଁ ରହି ଲୋକେ ସକାଳୁ ଉଠିବା ଏକ ପ୍ରକାରର ଭୁଲି ଗଲେଣି। ଯଦି ବି କିଛି କାମ ପାଇଁ ଆମକୁ ସକାଳୁ ଉଠିବାକୁ ପଡ଼ିଥାଏ ନିଦ କିନ୍ତୁ ସହଜରେ ଛାଡ଼ି ନଥାଏ। ଆଖି ଭାରି ଭାରି ଲାଗିଥାଏ। ମୁଣ୍ଡ ଓଜନିଆ ଲାଗେ। ତେବେ ଚାଲନ୍ତୁ ଜାଣିବା ଏହି ସମସ୍ୟାକୁ ଆମେ କିପରି ଦୂରେଇ ଦେବ।

ପ୍ରଥମ କଥା ତ ହେଉଛି ସକାଳୁ ଉଠିବା ପାଇଁ ଆମକୁ ପ୍ରଥମେ ରାତିରେ ଶୀଘ୍ର ଶୋଇବାକୁ ପଡ଼ିବ। ନିଦ ଆସିବା ଆଦୌ ସହଜ କଥା ନୁହେଁ ଆଜିକାଲିର ପିଢ଼ିଙ୍କ ପାଇଁ। ସେଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଏକଦମ ଥଣ୍ଡା ଖିରରେ ଚିନି ମିଶାଇ ପିଅନ୍ତୁ। ଏହା ଦ୍ୱାରା ନିଦ ଗାଢ଼ା ହୋଇଥାଏ।

ଆଲାରାମ୍‌ ଆଦୌ ବି ନିଜ ହାତ ପାହାନ୍ତାରେ ରଖନ୍ତୁ ନାହିଁ। ତାହାକୁ ଦୂରେଇ କରି ରଖି ବାରମ୍ବାର ସେଟିଂ କରିଦିଅନ୍ତୁ। ଯେପରି ପ୍ରତି ୫ ମିନିଟ୍‌ରେ ଥରୁଟିଏ ବାଜି ଉଠିବ ମାତ୍ର ହାତ ବଢ଼ାଇଲେ ପାଇବ ନାହିଁ। ବାଧ୍ୟ ହୋଇ ଆପଣ ଉଠିପଡ଼ିବେ।

ପାରୁଛନ୍ତି ଯଦି ରାତିରେ ଝରକା ଖୋଲା କରି ଶୁଅନ୍ତୁ କିମ୍ବା ଭୋରୁ ଉଠିଥିଲେ ଖୋଲି ଦିଅନ୍ତୁ। ଘର ପୂରା ଅନ୍ଧାରିଆ ରହିଲେ ସମୟ ଜଣାପଡ଼େନି। ସକାଳ ସୂର୍ଯ୍ୟ କିରଣ ଝରକା ଦେଇ ଘରକୁ ପଶିଲେ ନିଦ ଭାଙ୍ଗିବା ସହଜ ହୋଇଥାଏ।

ରାତିରେ ପେଟ ପୂରା ପାଣି ପିଇକରି ଶୁଅନ୍ତ। ଫଳରେ ସକାଳ ହେବା ମାତ୍ରେ ଯେପରି ଆପଣଙ୍କୁ ଜୋର୍‌ ପରିଶ୍ର ଲାଗିବ। ଥରେ ବାଥ୍‌ରୁମ୍‌ ଯାଇ ଫେରିବା ପରେ ଆଉ ଶୋଇବାକୁ ଇଚ୍ଛା ହେବ ନାହିଁ।

ସକାଳୁ ଏମିତି କିଛି କାମ ରଖନ୍ତୁ ଯାହା କରିବାକୁ ଆପଣଙ୍କୁ ଖୁବ୍‌ ଭଲ ଲାଗେ। ଆଗ୍ରହ ଥିବା କାମ ରହିଲେ ନିଦ ସହଜରେ ଭାଙ୍ଗି ଯାଇଥାଏ।

ସମ୍ବନ୍ଧିତ ଖବର