ମାଟି ତାଓ୍ଵାରେ ତିଆରି ରୁଟି ଖାଇଲେ ଭଲ, ଜାଣନ୍ତୁ ମିଳିବ କି ଫାଇଦା

ଆଧୁନିକ ଜୀବନ ଶୈଳୀରେ ମାଟି ବାସନ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଆପଣ କ’ଣ ଜାଣନ୍ତି କି ମାଟିରେ ତିଆରି ତାଓ୍ଵାରେ ରୁଟି ତିଆରି କରି ଖାଇଲେ, ତାହା ଆପଣଙ୍କ ଦେହ ପାଇଁ ଭଲ।

ଆସନ୍ତୁ ଜାଣିବା ମାଟି ତାଓ୍ଵାରେ ପ୍ରସ୍ତୁତ ରୁଟି ଖାଇଲେ କି କି ଉପକାର ମିଳିଥାଏ।

ଗ୍ୟାସ୍‌ ସମସ୍ୟା ରହେ ନାହିଁ – ମାଟି ତାଓ୍ଵାରେ ରୁଟି ତିଆରି କରି ଖାଇଲେ ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ରହେ ନାହିଁ।

କୋଷ୍ଠକାଠିନ୍ୟତା ଦୋଷ ରହେ ନାହିଁ – ଆଜିକାଲି ଅଧିକାଂଶ ଲୋକ ବଦହଜମୀ ଓ କୋଷ୍ଠକାଠିନ୍ୟତା ଭଳି ସମସ୍ୟା ଦ୍ୱାରା ଜର୍ଜରିତ। ହେଲେ ଯେଉଁମାନେ ମାଟି ତାଓ୍ଵାରେ ପ୍ରସ୍ତୁତ ରୁଟି ଖାଆନ୍ତି, ସେମାନଙ୍କର ଏହି ସମସ୍ୟା ରହେ ନାହିଁ।

ସ୍ୱାଦିଷ୍ଟ ସ୍ୱାସ୍ଥ୍ୟପ୍ରଦ – ମାଟି ତିଆରି ତାଓ୍ଵାରେ ସେକା ରୁଟି ଆଲୁମିନିୟମ୍‌ ବା ଲୁହା ନିର୍ମିତ ତାଓ୍ଵାରେ ପ୍ରସ୍ତୁତ ରୁଟି ଅପେକ୍ଷା ଅଧିକ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ। କାରଣ ଅଟା ଭିତରେ ମାଟିର ଭଲ ତତ୍ତ୍ୱ ଅବଶୋଷିତ ହୋଇଯାଏ, ଯାହା ରୁଟିକୁ ପୁଷ୍ଟିକର କରିଥାଏ। ଖାଲି ସେତିକି ନୁହେଁ ଏହି ରୁଟି ଖାଇଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା କେତେକ ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।

କାହିଁକି ମାଟି ତାଓ୍ଵା ? – ଏକ ଗବେଷଣାରୁ ଜଣାଯାଇଛି ଯେ ଆଲୁମିନିୟମ୍‌ ବା ଲୁହା ତାଓ୍ଵାରେ ତିଆରି ରୁଟିରେ ୮୭ ପ୍ରତିଶତ ପୁଷ୍ଟି ନଷ୍ଟ ହୋଇଥାଏ। ଅପରପକ୍ଷରେ ମାଟି ତାଓ୍ଵାରେ ଶହେ ପ୍ରତିଶତ ପୁଷ୍ଟି ରହିଥାଏ। ଏଥିପାଇଁ ମାଟି ତାଓ୍ଵାରେ ରୁଟି ତିଆରି କରି ଖାଇବା ଉଚିତ।

ସମ୍ବନ୍ଧିତ ଖବର