ଦୈନିକ ଖାଆନ୍ତୁ କେବଳ ୪ଟି ଆଲମଣ୍ଡ, ଦୂର ହେବ ଏହି ୪ଟି ଶାରୀରିକ ସମସ୍ୟା

ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ସକାଳୁ ଉଠି ଖାଲି ପେଟରେ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ସହଜରେ ଦୂର ହୋଇ ଯାଇଥାଏ । ସବୁଠାରୁ ବଡ଼ କଥା ହେଲା ଆଲମଣ୍ଡ ଖାଇବା ଦ୍ୱାରା ମସ୍ତିଷ୍କ ସକ୍ରିୟ ଭାବେ କାମ କରିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

୧. କୋଲେଷ୍ଟ୍ରଲ ଶରୀର ପାଇଁ ଜରୁରୀ । କିନ୍ତୁ ଏହାର ମାତ୍ରା ଅଧିକ ହେବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏଭଳି ପରିସ୍ଥିତିରେ ଆଲମଣ୍ଡ ଖାଇବା ଦ୍ୱାରା ସେଥିରେ ଥିବା ଭିଟାମିନ ଏବଂ ମୋନୋ ସାଚୁରେଟେଡ୍‌ ଫ୍ୟାଟ୍‌ସ ଖରାପ କୋଲେଷ୍ଟ୍ରଲକୁ କମ କରି ଶରୀରକୁ ସୁସ୍ଥ ରଖିଥାଏ ।

nari.punjabkesari.in

୨. ଯଦି ଆପଣ ନିଜର କେଶକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସବୁବେଳେ ଆଲମଣ୍ଡ ଖାଇବା ଆରମ୍ଭ କରନ୍ତୁ । ଏହା କେଶ ଝଡ଼ିବା ରୋକିବା ସହ ଶକ୍ତ କରିଥାଏ । ଆଲମଣ୍ଡ ଖାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇ ନଥାଏ ।

୩. ଯଦି ଆପଣ ସକାଳ ସମୟରେ ପାଣିରେ ବତୁରା ଯାଇଥିବା ଆଲମଣ୍ଡକୁ ଖାଉଛନ୍ତି, ତେବେ ଆପଣଙ୍କ ଚର୍ବି କମ ହୋଇଯିବ । କାରଣ ଆଲମଣ୍ଡ ଖାଇବା ଦ୍ୱାରା ଏଥିରେ ଥିବା ମନୋସାଚୁରେଟେଡ୍‌ ଫ୍ୟାଟ୍‌ ଭୋକ ଲାଗିବାକୁ ଦେଇ ନଥାଏ ।

nari.punjabkesari.in

୪. ଆଲମଣ୍ଡରେ ଅଧିକ ମାତ୍ରାରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ । ଯାହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ।

ସମ୍ବନ୍ଧିତ ଖବର