ସକାଳୁ ଚଣା ଖାଆନ୍ତୁ, ଆପଣଙ୍କୁ ସୁସ୍ଥ ରଖିପାରେ

ନିଜ ଡାଏଟରେ ଏମିତି କିଛି ଖାଦ୍ୟକୁ ଯୋଡ଼ନ୍ତୁ, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ | ଶରୀରରେ ପ୍ରୋଟିନ୍‌ର ଅଭାବ ଦୂର କରିବା ଲାଗି ଆପଣ ନିୟମିତ ସକାଳୁ ଭିଜା ଚଣା ଖାଇପାରିବେ। ଏହାଦ୍ବାରା ଶରୀର ସୁସ୍ଥ ରହିବା ସହ କୋଷ୍ଠକାଠିନ୍ୟ ଏବଂ ମଧୁମେହ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ କମ୍‌ ହୋଇଯିବ। ଜାଣନ୍ତୁ ଚଣା ଖାଇଲେ କଣ ସବୁ ସୁଫଳ ମିଳିଥାଏ |

tophealthjournal.com

ଚଣାରେ ରହିଛି ପ୍ରଚୁର ମାତ୍ରାରେ ପ୍ରୋଟିନ୍‌। ଏହା ଆପଣଙ୍କ ମାଂସପେଶୀକୁ ଶକ୍ତିଶାଳୀ କରିଥାଏ। ପ୍ରତ୍ୟେକ ଦିନ ଭିଜା ଚଣା ଖାଇବା ଦ୍ବାରା ଆପଣଙ୍କ ମାଂସପେଶୀ ଟାଣ ହୋଇଥାଏ। ଚଣାରେ ରହିଛି ପ୍ରଚୁର ପରିମାଣର ଫାଇବର। ଅର୍ଥାତ ପେଟରୋଗ ଥିବା ଲୋକଙ୍କ ପାଇଁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ଏଥିସହିତ ଏହା ହଜମ ଶକ୍ତି ବୃଦ୍ଧି କରେ। ଚଣାରେ ଆଇରନ୍‌ ମଧ୍ୟ ରହିଛି। ଆଇରନ୍‌ ରକ୍ତ ପାଇଁ ବେଶ୍‌ ଉପଯୋଗୀ। ପ୍ରତ୍ୟେକ ଦିନ ଚଣା ଖାଇବା ଦ୍ବାରା ରକ୍ତହୀନତାରୁ ମୁକ୍ତି ମିଳିପାରିବ। ଭିଜା ଚଣାରେ ଫସ୍‌ଫରସ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ଏହା ଖାଇବା ଦ୍ବାରା ଦାନ୍ତ ମଜ୍‌ବୁତ ହୋଇଥାଏ। ଏବଂ ଦାନ୍ତମୂଳ ସମସ୍ୟା ଦୂର ହୁଏ।

ସମ୍ବନ୍ଧିତ ଖବର