ଫଳର ଚୋପା ଛଡ଼ାଇ ଖାଉଛନ୍ତି କି ! ଜାଣି ରଖନ୍ତୁ ଏହି ସବୁ ଫଳର ଚୋପା ଆମ ଶରୀର ପାଇଁ କେତେ ଲାଭପ୍ରଦ

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ସୁସ୍ଥସ୍ୱାସ୍ଥ୍ୟ ପାଇଁ ଫଳ ଖାଇବା ଏକାନ୍ତ ଆବଶ୍ୟକ। ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ପ୍ରତିଦିନ କିଛି ନା କିଛି ଫଳ ଖାଇବା କଥା। ତେବେ ଅଧିକାଂଶ ଲୋକ ଫଳର ଚୋପା ଛଡ଼ାଇ ଖାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣନ୍ତି କି? ଫଳର ଚୋପା ଛଡ଼ାଇ ଖାଇବା ଦ୍ୱାରା ଶରୀରକୁ କୌଣସି ଲାଭ ମିଳି ନଥାଏ।

ତେବେ ଆସନ୍ତୁ ଜାଣିବା ଏମିତି କିଛି ଫଳ ରହିଛି ଯାହାର ଚୋପାରେ ଫଳଠାରୁ ଅଧିକ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଏମିତି କିଛି ଫଳ ରହିଛି ଯାହାର ଚୋପାକୁ ଛଡ଼ାଇ ଖାଇବାକୁ ଅନେକ ପସନ୍ଦ କରି ଥାଆନ୍ତି। ଏମିତି କରିବା ଦ୍ୱାରା ଫଳର ଆବଶ୍ୟକ ତତ୍ତ୍ୱ ଶରୀରକୁ ମିଳି ପାରି ନଥାଏ।

ଖରାଦିନେ ଲୋକମାନେ କାକୁଡ଼ି ଖାଇଥାଆନ୍ତି। କିନ୍ତୁ ଅଧିକାଂଶ ଲୋକ ଏହାର ଚେପା ଛଡ଼ାଇ ଖାଇ ଥାଆନ୍ତି। କିନ୍ତୁ କାକୁଡ଼ିକୁ ଚୋପା ସହିତ ଖାଇବା ଅଧିକ ଲାଭପ୍ରଦ ହୋଇଥାଏ। ଯଦି କାକୁଡ଼ି ବୁଢ଼ା ହୋଇଯାଇଛି ତେବେ ଚୋପା ଛଡ଼ାଇ ଖାଇ ପାରନ୍ତି। ନଚେତ ସର୍ବଦା ଚୋପାଯୁକ୍ତ କାକୁଡି ଖାଇବା ଅଭ୍ୟାସ କରନ୍ତୁ।

ସେହିପରି ସେଓର ଚେପା ଛଡାଇ ଖାଇବା ଅନେକ ଲୋକଙ୍କୁ ପସନ୍ଦ ଥାଏ। ସେଓର ଚୋପା ଛଡ଼ାଇ ଦେଲେ ଏଥିରେ ଥିବା ଫାଇବର ଓ ଜରୁରୀ ପୋଷାକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଅଙ୍ଗୁରରେ କୀଟନାଶକ ଔଷଧ ପ୍ରୟୋଗ କରାଯାଉଥିବା ଭ୍ରମରେ କେତେକ ଲୋକ ଏହାର ଚୋପା ଛଡ଼ାଇ ଖାଇଥାଆନ୍ତି। ତେବେ ଅଙ୍ଗୁର ଚୋପାରେ ରିଜର୍ଭେଟ୍ରୋଲ ତତ୍ତ୍ୱ ଥାଏ, ଯାହାକୁ ହୃଦୟକୁ ସୁସ୍ଥ ରଖିଥାଏ।

ସମ୍ବନ୍ଧିତ ଖବର