ଖରାଦିନେ ଭେଣ୍ଡି ଖାଇଲେ ବେଶି ଭଲ , ଜାଣନ୍ତୁ କାରଣ

ଆମେ ପ୍ରତିଦିନ ବିଭିନ୍ନ ପନିପରିବା ଖାଇଥାଉ। ଏଥିମଧ୍ୟରୁ ଗୋଟିଏ ହେଲା ଭେଣ୍ଡି। ଆମେ ଭେଣ୍ଡି ଭଜା,ଭେଣ୍ଡି ଖଟା,ଭେଣ୍ଡି ତରକାରୀ ଖାଇଥାଉ। ଏହାକୁ ପ୍ରସ୍ତୁତ କରିବା ଲାଗି ବି ବେଶି ସମୟ ଲାଗି ନଥାଏ। ଆପଣ କ’ଣ ଜାଣନ୍ତି କି ଭେଣ୍ଡି କେବଳ ସ୍ୱାଦିଷ୍ଟ ନୁହେଁ,ଏହାର ଅନେକ ଫାଇଦା ଅଛି। ଏହା ଏକ ସ୍ୱାସ୍ଥ୍ୟପ୍ରଦ ପରିବା ।ଆସନ୍ତୁ ଜାଣିବା ଭେଣ୍ଡି ଖାଇଲେ କ’ଣ ଉପକାର ମିଳିଥାଏ।
ଭେଣ୍ଡିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଏଥିରେ କାଲସିଅମ୍‌,ଆଇରନ୍‌,ପୋଟାସିଅମ୍‌,ଜିଙ୍କ୍‌ ଓ ଆଣ୍ଟି ଅକ୍ସିଡ଼େଣ୍ଟ୍‌ ଥାଏ । ଏହା ଶରୀରକୁ ସଂପୂର୍ଣ୍ଣ ବିକାଶରେ ସହାୟତା କରିଥାଏ। ଏହି କାରଣରୁ ଭେଣ୍ଡି ଖାଇବା ଦେହ ପାଇଁ ଭଲ।
ଭେଣ୍ଡି ଖରାଦିନେ ଖାଇଲେ ବେଶି ଭଲ। ଖରାଦିନେ ଭେଣ୍ଡି ଖାଇଲେ କ୍ଳାନ୍ତି ଅନୁଭବ ଆସେନା।


ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିଥାଏ ଭେଣ୍ଡି। ଏଣୁ ଏହା ମୋଟାପା କମ୍‌ କରିଥାଏ ବୋଲି କୁହାଯାଏ। ଭେଣ୍ଡି ତରକାରୀ ଖାଇଲେ ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତର ଠିକ୍‌ ରହିଥାଏ। ଭେଣ୍ଡିରେ ଆଦୌ ଫ୍ୟାଟ୍‌ ନ ଥାଏ। ଏହା ଛଡ଼ା ଭେଣ୍ଡି ମେଟାବଲିକ୍‌ ଡ଼ିସର୍ଡ଼ରକୁ ମଧ୍ୟ ଠିକ୍‌ କରିଥାଏ।

ସମ୍ବନ୍ଧିତ ଖବର