ଡାଇନିଂ ଟେବୁଲ୍‌ରେ ବସି ଖାଉଛନ୍ତି କି? ଜାଣନ୍ତୁ ଚଟାଣରେ ବସି ଖାଇଲେ କେଉଁ ସବୁ ଫାଇଦା ମିଳେ

ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇ ଆସିଲାଣି। ଘରେ ଘରେ ଏବେ ଡାଇନିଂ ସେଟ୍‌। ଏମିତି ଖୁବ୍‌ କମ୍‌ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ। ମାତ୍ର ଜାଣିବାକୁ ମିଳିଛି ଯେ ଚଟାଣ ଉପରେ ବସି ଖାଇବାର ବହୁ ଫାଇଦା ରହିଛି। ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

-ଭଲ ହଜମ ହୋଇଥାଏ। ବ୍ୟକ୍ତି ସକ୍ରିୟ ରହେ। ଫଳରେ ଶରୀର ଫୂର୍ତ୍ତି ଲାଗେ।
-ଓଜନ କମାଇବାରେ ସାହାଯ୍ୟ କରେ। ଶରୀରକୁ ଚର୍ବି ଲାଗିବାରୁ ବଞ୍ଚାଏ।
-ଗୋଡ଼କୁ ଗୋଡ଼ ଛନ୍ଦି ବସିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ। ନାନା ରୋଗ କମ ହୋଇଥାଏ।
-ପରିଣତ ବୟସରେ ଚଲା ଚଲି କରିବାରେ ବିଶେଷ ଅସୁବିଧା ହୋଇ ନ ଥାଏ।
-ଶୁଖାସନରେ ବସି ଖାଇବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଥାଏ।

ସମ୍ବନ୍ଧିତ ଖବର