ଭୋକ ବଢ଼ାଇବା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଖାଦ୍ୟ ଖାଇବାର ସମୟ ଠିକ୍‌ ରହୁ ନଥିବାରୁ ମଣିଷ ଶରୀରରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟାରେ ଅସୁବିଧା, ଛାତି ପୋଡ଼ିବା, ଏସିଡିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖାଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା ଦ୍ୱାରା ଆପଣ ଖାଦ୍ୟ ସେବନ କରନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଶରୀରକୁ ଖାଦ୍ୟର ପୋଷଣ ମିଳି ପାରିନଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ସେଥିପାଇଁ ଭୋକ ଲାଗିବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ଆଜିଠାରୁ ଏ ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

୧. ଦିନରେ ଦୁଇଥର ବିଲାତି ବାଇଗଣରେ କଳା ଲୁଣ ପକାଇ ଖାଇବା ଦ୍ୱାରା ପାଚନକ୍ରିୟା ଠିକ୍‌ ହୋଇ ଯାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହ ଆପଣ ଠିକ୍‌ ଭାବରେ ଖାଇବା ଆରମ୍ଭ କରି ପାରିବେ ।

୨. ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ପ୍ରତିଦିନ ଗୋଟେ ଗ୍ଲାସ ସେଓ ରସ ପିଇବା ଆରମ୍ଭ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ଭୋକ ନ ଲାଗିବା ସମସ୍ୟା ଦୂରେଇ ଯିବ ।

Image result for apple juice
Country Living Magazine

୩. ଖାଇବା ସମୟରେ ମୂଳାରେ କଳା ଲୁଣ ଏବଂ ଲଙ୍କା ମିଶାଇ ଖାଇବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଭୋକ ଲାଗିବା ଆରମ୍ଭ ହୋଇଥାଏ ।

୪. ଧନିଆ ପତ୍ର ଖାଇବା ଶରୀର ପାଇଁ ଲାଭଦାୟକ ତାହା ତ ଆପଣମାନେ ଜାଣିଥିବେ । କିନ୍ତୁ ଧନିଆ ପତ୍ର ରସରେ କିଛି ଲୁଣ ମିଶାଇ ପିଇଲେ ଭୋକ ନଲାଗିବା ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର