ଆପଣ କେବେ ବି ଚିନ୍ତା କରି ନ ଥିବେ, ଏହି ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ!

ଏକ ସର୍ଭେ ଅନୁସାରେ ଜଣାଯାଇଛି ଯେ, ୩୦ ବର୍ଷ ବୟସ ହେବା ପରେ ପ୍ରାୟ ଲୋକଙ୍କ ଶରୀରରୁ ଜରୁରୀ ହେଉଥିବା ନ୍ୟୁଟ୍ରିସନ୍‌, ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହୋଇଯାଏ। ଏମିତିରେ ଶରୀରର ଗଠନ, ଯେମିତିକି ଓଜନ ବଢ଼ିବା, ମାଂସପେଷୀ ଦୁର୍ବଳ ହେବା, ହୃଦ୍‌ଜନିତ ସମସ୍ୟା, ମୁହଁରେ ରିଙ୍କଲ୍‌ସ ଦେଖାଯିବା ଓ ମଧୁମେହ ଆଦି ସମସ୍ୟା ଦେଖା ଦେଇଥାଏ। ଜାଣନ୍ତୁ ଦୈନନ୍ଦିନ ଜୀବନରେ ଖାଉଥିବା କିଛି ଖାଦ୍ୟ ସାହାଯ୍ୟରେ ପୁଣି ସ୍ୱାସ୍ଥ୍ୟକୁ ନିରୋଗ ଓ ଚେହେରାରେ ଚମକ୍‌ କେମିତି ଆଣିବେ।

ବାଦାମ: ଏଥିରେ ଭିଟାମିନ ବି-୬ ଓ ଫୋଲିକ ଏସିଡ୍‌ ଥାଏ। ଏହା ଦ୍ୱାରା ସ୍ମରଣ ଶକ୍ତି ତେଜ ହୋଇଥାଏ ଓ ଅନୁର୍ବରତାରୁ ମଧ୍ୟ ବଞ୍ଚାଇ ଥାଏ। ଦହି: ଏଥିରେ କ୍ୟାଲ୍‌ସିୟମ୍‌, ପ୍ରୋବାୟୋଟିକ ବ୍ୟାକ୍‌ଟେରିଆ ଥାଏ। ଓଜନକୁ ନିୟନ୍ତ୍ରଣରେ ରଖେ ଓ ହାଡ଼ ମଜବୁତ କରେ। କ୍ଷୀର: ଏଥିରେ ଆଣ୍ଟିଅକ୍‌ସିଡେଣ୍ଟ୍‌ ପ୍ରୋଟିନ୍‌ ଥାଏ। ଏହା ଦ୍ୱାରା ମାଂସପେଷୀ ମଜବୁତ ହୁଏ ଓ ଚେହେରାକୁ ଅନେକ ଫାଇଦା ହୋଇଥାଏ। ମାଛ: ଏଥିରେ ଓମେଗା-୩ ଫେଟି ଏସିଡ୍‌ ଥାଏ। ହୃଦ୍‌ଜନିତ ସମସ୍ୟା ଓ ଡିପ୍ରେସନ୍‌ରୁ ବଞ୍ଚାଇଥାଏ। ଅଣ୍ଡା: ଏଥିରେ ଭିଟାମିନ୍‌ ଏ ଓ ଫସ୍‌ଫୋରସ୍‌ ଥାଏ। ଆଖି ସୁସ୍ଥ ରଖିବା ସହ ଦାନ୍ତକୁ ମଧ୍ୟ ମଜବୁତ କରିଥାଏ।
ସମ୍ବନ୍ଧିତ ଖବର