ଆୟୁର୍ବେଦରେ କୁହାଯାଇଛି କି ଯେମିତି ଖାଦ୍ୟ ଆପଣ ଖାଇବେ ସେମିତି ହେବ ଆପଣଙ୍କ ମନ। ଏହି କଥା ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣିତ। ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସ୍ପର୍ଟ୍ଙ୍କ କହିବାନୁସାରେ ଖାଦ୍ୟ ଆମର ମନକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଏମିତି ବହୁ ଖାଦ୍ୟ ଅଛି, ଯେଉଁଥିରେ ଆଣ୍ଟି ଅକ୍ସିଡେଣ୍ଟ୍ସ୍ ଓ ଭିଟାମିନ୍ ସିର ମାତ୍ରା ଅଧିକି, ଯାହାକୁ ପ୍ରତିଦିନ ଖାଇଲେ ମନ ଖୁସି ଓ ସୁସ୍ଥ ରହିବା ସହ ଚେହେରାରେ ହସ ଲାଗି ରହିଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଯାହାଦ୍ୱାରା ଆପଣଙ୍କ ମନ ସର୍ବଦା ଖୁସି ରହିବ ଓ ମୁହଁରୁ ଲିଭିବନି ହସ।
/sambad/media/post_attachments/wp-content/uploads/2018/07/ETF_To-Be-Happy_2.jpg)
/sambad/media/post_attachments/wp-content/uploads/2018/07/ETF_To-Be-Happy_3.jpg)
କଦଳୀ: ଏଥିରେ ଭିଟାମିନ୍ସ୍, ମିନେରାଲ୍ସ୍ ଓ ଫାଇବର୍ସ୍ ସହକାର୍ବୋହାଇଡ୍ରେଟ୍ସ୍ ଥାଏ। ଏହା ଶରୀରରେ ବ୍ଲଡ୍ ସୁଗର ଲେବଲ୍ ବଢ଼ାଇ ମନକୁ ଉଲ୍ଲସିତ ରଖାଇଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_4.jpg)
ଅଖ୍ରୋଟ୍: ଏଥିରେ ହେଲ୍ଦି ମୋନୋସାଚୁରେଟେଡ୍ ଫ୍ୟାଟ୍ସ ଓ ପ୍ରୋଟିନ୍ ଥିବା ସହ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍ସ ଥାଏ, ଯାହା ମନକୁ ଖୁସି କରିଥାଏ ଓ ଡିପ୍ରେସନ୍ ଦୂର କରିଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_5.jpg)
ଅଡସୀ: ଏଥିରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ। ଏହା ଡିପ୍ରେସନ୍କୁ ଦୂର କରେ, ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_6.jpg)
ଡାର୍କ ଚକଲେଟ୍: ଏହା ହେଉଛି ପ୍ରାକୃତିକ ଆଣ୍ଟିଡିପ୍ରେସାଣ୍ଟ୍। ଏହା ଶରୀରରେ ସେରୋଟୋନିନ୍ କ୍ଷରଣ କରି ମନ ହାଲୁକା କରିଥାଏ ଓ ଡିପ୍ରେସନ୍ ବଢ଼ାଉଥିବା କାର୍ଟିସୋଲ୍ ହର୍ମୋନ୍ର ସ୍ତର କମ୍ କରିଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_7.jpg)
ମାଛ: ଏଥିରେ ମଧ୍ୟ ଓମେଗା-୩ ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ଥାଏ। ଏଥିରେ ମସ୍ତିଷ୍କ ସୁସ୍ଥ ରହେ ଓ ମନ ସ୍ଥିର ରହିଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_8.jpg)
ଭଲ କ୍ଷୀର: ଏଥିରେ କ୍ୟାଲ୍ସିୟମ୍ ଓ ଭିଟାମିନ୍ ଡି ସହ ଟର୍ମେରାନ୍ସ ଓ କର୍କ୍ୟୁମିନାଡ୍ସ ରହିଥାଏ ଯାହା ମନକୁ ଖୁସ୍ କରିବାରେ ସହାୟକ ହୋଇଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_9.jpg)
ଗ୍ରୀନ୍ ଟି: ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍ସ ଓ ଥିୟାନାଇନ୍ ନାମକ ଅମିନୋ ଏସିଡ୍ ଡିପ୍ରେସନ୍ ଓ ଷ୍ଟ୍ରେସ୍ ଦୂର କରିଥାଏ। ମନ ଖୁସି କରିଥାଏ। /sambad/media/post_attachments/wp-content/uploads/2018/07/ETF_To-Be-Happy_10.jpg)
ଓଟ୍ସ: ଏଥିରେ ଥିବା ହାର୍ଡ ଫାଇବର କାର୍ବୋହାଇଡ୍ରେଟ୍ସ ସୁସ୍ଥ ଓ ଆନନ୍ଦ ଅନୁଭବ କରିବାରେ ବହୁତ ସାହାଯ୍ୟକାରୀ।
/sambad/media/post_attachments/wp-content/uploads/2018/07/ETF_To-Be-Happy_11.jpg)
ଅଙ୍ଗୁର: ଏଥିରେ ବହୁ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ସ ଥାଏ। ତ୍ୱଚାକୁ ଏହା ଉଜ୍ଜ୍ୱଳ ରଖେ। ଏଥିରେ ଥିବା ନ୍ୟୁଟ୍ରିଆଣ୍ଟ୍ସ ମନକୁ ଖୁସି କରିଥାଏ।
/sambad/media/post_attachments/wp-content/uploads/2018/07/ETF_To-Be-Happy_12.jpg)
ପିଜୁଳି: ଏଥିରେ ଥିବା ପଟାସିୟମ, ଫୋଲେଟ୍ ଓ ଆଣ୍ଟିଅକ୍ସିଡେଣ୍ଟ୍ସ ମସ୍ତିଷ୍କରେ ରକ୍ତ ସଂଚାଳନକୁ ଭଲ ରଖିଥାଏ। ଭିଟାମିନ୍ ବି-୬ ମନକୁ ଭଲ କରିବାରେ ସାହାଯ୍ୟକାରୀ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ETF_To-Be-Happy_1.jpg)