ଏହି ପନିପରିବାକୁ କଞ୍ଚା ଖାଇଲେ ଭଲ ,ଜାଣନ୍ତୁ କାରଣ

ଆମେ ପ୍ରତ୍ୟହ ନିଜକୁ କିପରି ସୁସ୍ଥ ରଖିବା ସେଥିପାଇଁ ଚେଷ୍ଟିତ ହୋଇଥାଉ। ଆମେ ପ୍ରତ୍ୟହ ପନିପରିବାକୁ ରାନ୍ଧି ତରକାରୀ ବା ଭଜା ଆକାରରେ ଖାଉ। କିନ୍ତୁ ଅଧିକାଂଶ ପନିପରିବାକୁ ରାନ୍ଧିବା ପରେ ପୁଷ୍ଟିତତ୍ତ୍ୱ ନଷ୍ଟ ହୋଇଥାଏ । ଏହା ଛଡ଼ା ଆପଣଙ୍କର ପାଚନ କ୍ରିୟା ମଧ୍ୟ ଦୁର୍ବଳ ହୋଇଥାଏ ।
ଏଣୁ ଆପଣ ଯଦି ସୁସ୍ୱାସ୍ଥ୍ୟ ଚାହାଁନ୍ତି ତେବେ ଆପଣଙ୍କ ଭୋଜନରେ ନିୟମିତ ଭାବେ କଞ୍ଚା ପରିବାକୁ ସାମିଲ କରନ୍ତୁ । ଏବେ ଜାଣନ୍ତୁ କଞ୍ଚା ପରିବା ଖାଇବା ଦ୍ୱାରା କି ଉପକାର ହୋଇଥାଏ ।
କଞ୍ଚା ପରିବା ଖାଇବା ଦ୍ୱାରାର ପାଚନ କ୍ରିୟା ସବଳ ହୋଇଥାଏ। କଞ୍ଚା ପରିବା ନ ଖାଇ ପାରିଲେ ଫଳ ଗ୍ରହଣ କରିବା ଉଚିତ୍‌ । କାରଣ ପ୍ରତ୍ୟେକ ଫଳରେ ରହିଛି ପ୍ରଚୁର ମାତ୍ରାରେ ଭିଟାମିନ୍‌ ଓ ମିନେରାଲସ । ତାଜା ଫଳରେ କ୍ୟାଲୋରି ମଧ୍ୟ କମ୍‌ ହୋଇଥାଏ । ଫଳ ସେବନ କରିଲେ ହଜମ ପ୍ରକ୍ରିୟା ଅଧିକ ନିୟନ୍ତ୍ରିତ ହୋଇଥାଏ । କଦଳୀ , ଅମୃତ ଭଣ୍ଡା ଓ ପିଜୁଳି ଆଦି ଫଳ ଏଥିପାଇଁ ମହୋଷଧି ସଦୃଶ । ତେବେ ମନେ ରଖନ୍ତୁ ଖାଲି ପେଟରେ ଫଳ ସେବନ କରିବା ଅନୁଚିତ।
ପରିବାରେ ପତ୍ର ଥିଲେ ସେଥିରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ଥାଏ । ଏଦୃଷ୍ଟିରୁ ଏଭଳି ପରିବା ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ । ବିଶେଷ କରି ଶାଗ, ପତ୍ରକୋବି, ଧନିଆ, ପୋଦିନା ପତ୍ର ଓ ମଟର ଆଦି ଲାଭପ୍ରଦ ।

photo-vegetables.co.nz

ପରିବାକୁ ରାନ୍ଧିବା ବେଳେ ସେଥିରେ ମସଲା ମିଶାଇଲେ ପରିବାର ମୌଳିକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ତା’ଛଡା ତେଲ, ମସଲା ପେଟରେ ମଧ୍ୟ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏଣୁ କେତେକ ପରିବା କଞ୍ଚା ଖାଇବା ଭଲ ।

ସମ୍ବନ୍ଧିତ ଖବର