ଆପଣ ଜାଣିଛନ୍ତି କି ? ଅଣ୍ଡା ଖାଇବା ଦ୍ୱାରା ଶିଶୁଙ୍କ ମସ୍ତିଷ୍କ ବିକାଶ ହୋଇଥାଏ

ଗବେଷଣାରୁ ପ୍ରମାଣିତ ହୋଇଛି, ଅଣ୍ଡା ଖାଇବା ଦ୍ୱାରା ଶିଶୁଙ୍କୁ ମିଳିଥାଏ ପୋଷକ, ଯାହା ଶିଶୁଙ୍କ ମସ୍ତିଷ୍କ ବିକାଶରେ ସହାୟତା କରିଥାଏ । ଜନ୍ମ ନେବାର ୬ ମାସ ପରଠାରୁ ଯେଉଁ ଶିଶୁମାନେ ଅଣ୍ଡା ଖାଇବା ଆରମ୍ଭ କରିଥାନ୍ତି, ସେମାନଙ୍କ ମଧ୍ୟରେ ଅଧିକ ପରିମାଣର ଉଚ୍ଚ ରକ୍ତ ସାନ୍ଦ୍ରତା, ଡ଼ିଏଚଏ ଏବଂ କ୍ଲୋନିକାଲ ବାୟୋମେକର ଦେଖାଯାଇଥାଏ ବୋଲି ଆମେରିକାନ ପତ୍ରିକାର କ୍ଲିନିକାଲ ନ୍ୟୁଟ୍ରିସନ ପ୍ରକାଶ କରିଛି।

Livestrong.com

” ମଣିଷ ତା’ର ଜୀବନ କାଳ ମଧ୍ୟରେ ବହୁ ପରିମାଣର ଅଣ୍ଡା ଖାଇଥାଏ; କିନ୍ତୁ ଏହାର ମଧ୍ୟରେ ଥିବା ବହୁମାତ୍ରାର ପୋଷକ ପଦାର୍ଥ ବିଷୟରେ ସେ ଜାଣି ପାରି ନଥାଏ,” ବୋଲି କହିଛନ୍ତି ଓ୍ଵାଶିଂଟନ ବିଶ୍ୱବିଦ୍ୟାଳୟର ଲୋରା ଲାନୋତି । ଶିଶୁର ମସ୍ତିଷ୍କ ବିକାଶରେ କ୍ଲୋନିକ ଏବଂ ଡ଼ିଏଚଏର ବହୁତ ଅଂଶ ରହିଥାଏ । କ୍ଷୀର ଏବଂ ଖାଦ୍ୟ ଭଳି ଅଣ୍ଡାରେ ମଧ୍ୟ ଭରପୂର ମାତ୍ରରେ ପୋଷକ ପ୍ରଦାର୍ଥ ରହିଥାଏ ଯାହା ଦ୍ୱାରା ମସ୍ତିଷ୍କ ଏବଂ ଶରୀରର ବିକାଶ ଘଟିଥାଏ । ଅଣ୍ଡାରେ ଫ୍ୟାଟି ଏସିଡ଼, ପ୍ରୋଟିନ୍‌, କୋଲିନ୍‌, ଭିଟାମିନ ଏ ଓ ବି୧୨, ସେଲେନିୟମ ଏବଂ ଅନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ରହିଥାଏ ,” ବୋଲି କହିଛନ୍ତି ଲାନୋତି ।

Livestrong.com

ଅଣ୍ଡାରେ ପୋଷକ ସଂପୂର୍ଣ୍ଣ ଏବଂ ଫୁଡ଼ ମାଟ୍ରିକ୍ସ ଦେଇଥାଏ ଯାହା ମେଟାବୋଲିଜିମ୍‌ ଏବଂ ଆବସୋରବସନ ବଢ଼ାଇବାରେ ସାହାଯ୍ୟ କରିଥାଏ । ଗବେଷଣା ପାଇଁ ୬-୯ ମାସ ଶିଶୁଙ୍କୁ ପ୍ରତିଦିନ ଗୋଟାଏ ଅଣ୍ଡା ୬ମାସ ପର୍ଯ୍ୟନ୍ତ ଦିଆଯାଇଥିଲା ଏହା ପରେ ଅଣ୍ଡା ଖାଇଥିବା ଏବଂ ଅଣ୍ଡା ନ ଖାଇଥିବା ଶିଶୁଙ୍କ ମଧ୍ୟରୁ ଅଣ୍ଡା ଖାଇଥିବା ଶିଶୁମାନଙ୍କର ଲିନିଅର ବିକାଶ କରିଥିବାର ଦେଖାଦେଇଥିଲା ବୋଲି କହିଚନ୍ତି ଲାନୋତି ।

ସମ୍ବନ୍ଧିତ ଖବର