ଏହି ସମସ୍ତ ଖାଦ୍ୟରୁ ଗୁରୁତର ରୋଗ ହେବାର ଆଶଙ୍କା ରହିଛି, କ୍ୟାାନ୍‌ସର୍‌ ବି ହୋଇପାରେ!

ଆମେରିକାର କ୍ୟାନ୍‌ସର୍‌ ସେଣ୍ଟର୍‌ ଓ ଓ୍ଵାର୍ଲ୍ଡ୍‌ କ୍ୟାନ୍‌ସର ରିସର୍ଚ ଫଣ୍ଡ୍‌ ଅନୁସାରେ ଅଧିକ ଲୁଣଜାତୀୟ ଦ୍ରବ୍ୟ ଖାଇଲେ ପେଟରେ କ୍ୟାନ୍‌ସର ହେବାର ଆଶଙ୍କା ବଢ଼ିଥାଏ। ଏହା ବ୍ୟତୀତ ଲୁଣ ଅଧିକ ମାତ୍ରାରେ ଖାଇଲେ ବହୁ ପ୍ରକାର ରୋଗ ହେବାର ମଧ୍ୟ ଆଶଙ୍କା ହୋଇଥାଏ। କେବଳ ଲୁଣ ନୁହେଁ, ଏପରି ଅନେକ ଜିନିଷ ଅଛି ଯାହାକୁ ସ୍ଲୋ ପଏଜନ୍‌ କୁହାଯାଇ ପାରେ। ଏହି ସବୁ ଜିନିଷ ଦ୍ୱାରା କ୍ୟାନ୍‌ସର୍‌ ଆଶଙ୍କା ବେଶି ହେବା ବ୍ୟତୀତ ଅନ୍ୟ ଗୁରୁତର ରୋଗର କାରଣ ହୋଇପାରେ।

 

ଚିନି: ଚିନି ଯୋଗୁଁ ଲିଭର୍‌ରେ ଗ୍ଲାଇକୋଜେନର ମାତ୍ରା କମ ହୋଇଥାଏ। ଅଧିକ ଚିନି ଖାଇଲେ ମୋଟାପଣ, ଥକିଯିବା, ମାଇଗ୍ରେନ୍‌, ଶ୍ୱାସ ଆଦି ହୋଇଥାଏ।

 

ଲୁଣ: ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ, କ୍ୟାନ୍‌ସର୍‌, ହୃଦଘାତର ଆଶଙ୍କା ବଢ଼ିଥାଏ।

 

ମଇଦା: ଏଥିରେ ବିଲ୍‌କୁଲ୍‌ ଫାଇବର ନ ଥାଏ। ମଇଦା ଭଳି ଜିନିଷରୁ ବଦ୍‌ହଜମୀ ହୋଇଥାଏ। ଏଥିରେ ଥିବା ବ୍ଲିଚିଂ ଏଜେଣ୍ଟ୍‌ସରୁ ହୃତପିଣ୍ଡ ସମସ୍ୟା ହୋଇଥାଏ।

 

କୋଲ୍‌ଡ୍‌ ଡ୍ରିଙ୍କ୍‌ସ୍‌: ଏଥିରେ ଚିନି ଓ ଫସ୍ଫୋରିକ୍‌ ଏସିଡ୍‌ ଥାଏ। ଅଧିକମାତ୍ରାରେ କୋଲ୍‌ଡ୍‌ ଡ୍ରିଙ୍କ୍‌ସ୍‌ ପିଇଲେ ହୃଦ୍‌ରୋଗ ହୋଇପାରେ। ମନେରଖିବାର ଶକ୍ତି କମିଯାଏ।

 

ଫାଷ୍ଟ୍‍ ଫୁଡ୍‌: ଏଥିରେ ମୋନୋସୋଡିୟମ୍‌ ଗ୍ଲୁଟାମେଟ୍‌ ଥାଏ। ଏହା ଯୋଗୁଁ ମୋଟାପଣ ଶୀଘ୍ର ବଢ଼ିଥାଏ। ହୃଦ୍‌ପିଣ୍ଡ ସମସ୍ୟା ଓ ଆଲ୍‌ଝିମର ହେବାର ଆଶଙ୍କା ବଢ଼ିଥାଏ।

 

ଛତୁ: କଞ୍ଚା ଛତୁରେ କାର୍ସିନୋଜେନିକ ଉପାଦନ ଥାଏ। ଅଧିକ କଞ୍ଚା ଛତୁ ଖାଇବା ଯୋଗୁଁ କ୍ୟାନ୍‌ସର୍‌ର ଆଶଙ୍କା ବଢ଼ିଥାଏ। ଏଥିପାଇଁ ଛତୁକୁ ସିଝାଇ ଖାଆନ୍ତୁ।

 

ସମ୍ବନ୍ଧିତ ଖବର