ଓଜନ ହ୍ରାସ ପାଇଁ ଖାଆନ୍ତୁ ବାଇଗଣ

ପ୍ରତିଦିନ ବିଭିନ୍ନ ପ୍ରକାର ପନିପରିବାକୁ ମିଶାଇ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ବିଭିନ୍ନ ପ୍ରକାର ପରିବାରେ ଅନେକ ପ୍ରକାର ଭିଟାମିନ୍‌ ଥାଏ। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି କି ପ୍ରତିଦିନ ବାଇଗଣ ଖାଉଥିବା ଲୋକଙ୍କ ଓଜନ ହ୍ରାସ ହୋଇଥାଏ।

୧. ବାଇଗଣରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରପୂର ରହିଥାଏ। ଏଥିରେ ପୋଟେସିୟମ ଓ ମ୍ୟାଗ୍‌ନେସିୟମ ଭଳି ତତ୍ତ୍ୱ ବି ଥାଏ। ଯାହାକି କୋଲେଷ୍ଟ୍ରଲ କମ୍‌ କରିବାରେ ସହାୟକ ହୋଇଥାଏ। ଏତଦ୍‌ବ୍ୟତୀତ ବାଇଗଣ ପତ୍ରର ରସ ସେବନ କରିବା ଦ୍ୱାରା ଶରୀରରେ ବଢ଼ିଥିବା କୋଲେଷ୍ଟ୍ରଲ ସ୍ତର କମ୍‌ ହୋଇଯାଇଥାଏ। ଏହା ଓଜନ କମ୍‌ କରିବାରେ ସାହାୟକ ହୋଇଥାଏ।

୨. ବାଇଗଣରେ ପ୍ରଚୁରମାତ୍ରାରେ ଫାଇବର ତତ୍ତ୍ୱ ରହିଥାଏ, ଯାହାକି ଶରୀରକୁ ଘ୍ରାଲିନ ହରମୋନକୁ ରୋକିଥାଏ। ଏହି ହରମୋନ ଆମର ମସ୍ତିଷ୍କକୁ ଭୋକ ଲାଗୁଛି କି ନାହିଁ ତାହା ଜଣାଇଥାଏ। ତେବେ ଏହି ହରମୋନ ପ୍ରସ୍ତୁତ ଅଟକିବା ହେତୁ କମ୍‌ ଭୋକ ଲାଗିଥାଏ। ଫଳରେ ଶରୀରର ଓଜନ ଧୀରେଧୀରେ ହ୍ରାସ ହୋଇଥାଏ।

୩. ବାଇଗଣରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ୍‌ ସି ରହିଥାଏ। ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହା ହ୍ଵାଇଟ୍‌ ବ୍ଲଡ୍‌ ସେଲକୁ ବୃଦ୍ଧି କରି ସେମାନଙ୍କ ଗତିବିଧି ଉପରେ ଧ୍ୟାନ ରଖିଥାଏ। ଫଳରେ ଆମ ଶରୀର ଓଜନରେ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ।

ସମ୍ବନ୍ଧିତ ଖବର