ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନର ଭୟାବହତା ମଣିଷର ଖାଦ୍ୟକୁ ମଧୢ ଗଭୀର ଭାବେ ପ୍ରଭାବିତ କରିବ ବୋଲି ବିଜ୍ଞାନୀମାନେ ଆଶଙ୍କା କଲେଣି। ଏହାର ପରିଣାମ ସ୍ବରୂପ ଭବିଷ୍ୟତ୍ରେ କଦଳୀ କୋଟି କୋଟି ମଣିଷଙ୍କର ମୁଖ୍ୟ ଖାଦ୍ୟ ପାଲଟିବ। ତାପମାତ୍ରା ବୃଦ୍ଧି ଯୋଗୁଁ କୃଷି ଓ ପାରମ୍ପରିକ ଫସଲ ପ୍ରଭାବିତ ହେବ। ଶୀତଳ ଜଳବାୟୁରେ ଭଲ ବଢ଼ୁଥିବା ଆଳୁର ଉତ୍ପାଦନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବ˚ କଦଳୀ ତାହାର ସ୍ଥାନ ନେବ। କାସାଭା(ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବୃକ୍ଷ)ର ମୂଳ ଏବ˚ କାଓପି (ଏକ ପ୍ରକାରର ବିନ୍ ଛୁଇଁର ମଞ୍ଜି) ନାମକ ଅଳ୍ପ ଜଣା ମଞ୍ଜି ମଧ୍ୟ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହୃତ ହେବ। ଅଧିକା˚ଶ ବିକଶିତ ରାଷ୍ଟ୍ରରେ ମକା, ଧାନ ଓ ଗହମ ଉତ୍ପାଦନ ହ୍ରାସ ପାଇବ। ତେବେ, ଜଳବାୟୁ ପରିବର୍ତ୍ତନ ଦ୍ବାରା କଦଳୀ ପ୍ରଭାବିତ ହେବାର ଆଶଙ୍କା ନାହିଁ। ତେଣୁ, ଏହା ଆଳୁର ବିକଳ୍ପ ପାଲଟିବ। ଯେଉଁସବୁ ଅଞ୍ଚଳରେ ଆଳୁ ଚାଷ ହେଉଛି, ସେହିସବୁ ଅଞ୍ଚଳ କଦଳୀ ବଗିଚାରେ ଭରିଯିବ। ଏପରିକି ସମୁଦ୍ର ପତ୍ତନଠାରୁ ଖୁବ୍ ଉଚ୍ଚରେ ଥିବା ପାହାଡ଼ିଆ ମୁଲକରେ ମଧୢ କଦଳୀ ଭଲ ଫଳିବ। ‘ଜାତି ସ˚ଘ’ର ‘ବିଶ୍ବ ଖାଦ୍ୟ ନିରାପତ୍ତା ସଂସ୍ଥା’ ସହ ସ˚ପୃକ୍ତ କିଛି ବିଶେଷଜ୍ଞ ବାଇଶଟି ମୁଖ୍ୟ କୃଷିଜ ଉତ୍ପାଦ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ˚କ୍ରାନ୍ତରେ ଗବେଷଣା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।
ଜଳବାୟୁ ପରିବର୍ତ୍ତନ, ଆଗକୁ କଦଳୀ ହେବ ଆଳୁର ବିକଳ୍ପ
/sambad/media/post_attachments/wp-content/uploads/2020/02/bananas_banana_tree_CREDITGreg-Walters_Flickr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)