ବ୍ୟାୟାମ କରିବାପରେ ଚା’ ପିଇବାକୁ ମନା ନାହିଁ

ଆଜିକାଲି ଅଧିକାଂଶ ଲୋକ ଚା’ ବା କୋଲଡ ଡ୍ରିଙ୍କସ୍‌ ପିଇବାକୁ ଭଲ ପାଉଛନ୍ତି। ସେମାନେ ଏହାର ଭଲ ମନ୍ଦ ନ ପରଖି ବି ଆପଣାଉଛନ୍ତି। ଆମ ଘରକୁ କେହି ଅତିଥି ଆସିଲେ, ଆମେ ସୌଜନ୍ୟତାପୂର୍ବକ ତାଙ୍କୁ ଚାହା ଦେବାକୁ ଭୁଲି ନଥାଉ। ହଁ ଗ୍ରୀଷ୍ମକାଳ ହୋଇଥିଲେ କୋଲଡ ଡ୍ରିଙ୍କସ୍‌ ପିଇବାକୁ ମଧ୍ୟ ଆଗ୍ରହ ଦେଖାଇଥାଉ। ହେଲେ ଆପଣ କ’ଣ ଜାଣନ୍ତି ଯେ ଚାହା ହୃଦୟ ପାଇଁ ଖୁବ୍‌ ଉପକାରୀ । କୌଣସି ଥଣ୍ଡାପାନୀୟ ଅପେକ୍ଷା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ଅଦାମିଶା ଚା’ ଦେହ ପାଇଁ ଅଧିକ ଭଲ। କାରଣ ଏହା ସେବନ କଲେ ଭଲ ନିଦ ହୋଇଥାଏ ଏବଂ କ୍ଳାନ୍ତି ଦୂର ହୋଇଥାଏ। ଖାଲି ସେତିକି ନୁହେଁ ଅଦାମିଶା ଚା’ ପାନ କଲେ ବଦହଜମି ଏବଂ କୋଷ୍ଠକାଠିନ୍ୟତା ଭଳି ସମସ୍ୟା ବି ରହି ନଥାଏ।ଆହୁରି ମଧ୍ୟ କୁହାଯାଇଛି ଯେ ଚା’ ପିଇଲେ ମନୁଷ୍ୟର ମସ୍ତିଷ୍କ ବି ଶାନ୍ତ ରହେ।ସବୁଠୁ ବଡ଼ କଥା ହେଲା ଏହା ହୃଦୟପାଇଁ ଅତି ଭଲ। ଏହା ଜଣାପଡ଼ିଛି ନିକଟରେ କରାଯାଇଥିବା ଏକ ଗବେଷଣାରୁ।

ଗବେଷକମାନେ ଗବେଷଣା କରି ଜାଣି ପାରିଛନ୍ତି ଯେ ହୃଦ୍‌ରୋଗରୁ ରକ୍ଷା ପାଇବା ଉଚିତ ଏବଂ ଥଣ୍ଡା ପାନୀୟ ଠୁଁ ଦୂରତା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ବାସିଲୋନାର ଏକ ସମ୍ମିଳନୀ ଅବସରରେ ୟୁରୋପିଆନ୍‌ ସୋସାଇଟ୍‌ ଅଫ୍‌ କାର୍ଡିଓଲୋଜି ପକ୍ଷରୁ ବିଭିନ୍ନ ପାନୀୟ ପଦାର୍ଥ ସଂପର୍କରେ କେତେକ ନୂତନ ତଥ୍ୟ ପ୍ରସ୍ତୁତ କରାଯାଇଛି । ଏତଦ୍‌ବ୍ୟତୀତ ଫ୍ରାନ୍ସରେ ତେର ଲକ୍ଷ ଲୋକଙ୍କ ଉପରେ ଚାହା ସେବନର ପ୍ରଭାବକୁ ନେଇ ବିଶ୍ଳେଷଣ କରାଯାଇଥିଲା । ବୈଜ୍ଞାନିକମାନେ ଚାହା ଓ କଫିର ସେବନ ପାଇଁ ହେଉଥିବା ଲାଭର ତୁଳନା କରିଥିଲେ । ଏହି ଅନୁସନ୍ଧାନର ପରିଣାମ ପ୍ରାପ୍ତ ହୋଇଥିଲା ଯେ ଚା’ ପିଇଲେ ରକ୍ତ ଚାପର ସ୍ତର ଖୁବ୍‌ କମ୍‌ ହୋଇଥାଏ । କଫି ପିଉଥିବା ଲୋକମାନଙ୍କ ତୁଳନାରେ ଚା’ପାନ କରୁଥିବା ଲୋକମାନଙ୍କର ହୃଦୟ ଅଧିକ ସୁସ୍ଥ ରହିଥାଏ । ଯେଉଁମାନେ ଧୂମପାନ କରୁଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ଉପକାରୀ । ଗବେଷକମାନେ ପ୍ରାୟ ଦଶ ବର୍ଷ ଧରି ଅନୁସନ୍ଧାନ କରିବା ପରେ ଜାଣିଛନ୍ତି ଯେ ୯୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୃଦ୍‌ରୋଗ ଯୋଗୁଁ ହୋଇଥାଏ ଏବଂ ୬.୩୨ ବ୍ୟକ୍ତିମାନଙ୍କର ମୃତ୍ୟୁ ଅନ୍ୟ କୌଣସି କାରଣରୁ ଘଟିଥାଏ ।

photo-rapidleaks.com

ଚା’ରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ବୟସ ବୃଦ୍ଧିର ପ୍ରଭାବକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଚା’ ପାନ କରୁଥିବା ବ୍ୟକ୍ତିମାନେ ଜୀବନଶୈଳୀ ଅଧିକ ସୁସ୍ଥ ରହିଥାଏ । ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି ଯେ ବ୍ୟକ୍ତିମାନଙ୍କର କୋଲେଷ୍ଟ୍ରଲର ସ୍ତର ମଧ୍ୟ କେବେ ବି ବୃଦ୍ଧି ପାଏ ନାହିଁ । ଉପରୋକ୍ତ କାରଣରୁ ଅନ୍ୟାନ୍ୟ ଡ୍ରିଙ୍କସ୍‌କୁ ବ୍ୟାୟାମ କରିବାପରେ ନିଷିଦ୍ଧ କରାଯାଇଥିଲେ ବି ‘ଚା’ ପାନକୁ ବାରଣ କରାଯାଇ ନାହିଁ । ଆଉ ଏକ ବଡ଼ କଥା ହେଲା ଯେ ବ୍ୟାୟାମପରେ ସାଧାରଣତଃ ଲୋକେ କ୍ଳାନ୍ତ ହୋଇଥାନ୍ତି । ଏହାପରେ ଚା’ ପିଇଲେ ମଣିଷ ସତେଜ ହୁଏ।

ସମ୍ବନ୍ଧିତ ଖବର