ଶୀଘ୍ର ପତଳା ହେବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ତରିକା

ସଙ୍ଗେ ସଙ୍ଗେ ପତଳା ହେବାକୁ କାହାର ବା ଇଚ୍ଛା ନଥାଏ। ମାତ୍ର ଏହା କ’ଣ ବାସ୍ତବରେ ସମ୍ଭବ? ଆମେ ଚାହିଁବା ମାତ୍ରକେ ପତଳା ହେବା କ’ଣ ଆମ ହାତର କଥା! ତଥାପି ବି ମୋଟାପଣ କମାଇବାକୁ ଆଜିର ଯୁବପିଢ଼ି ନାନା ପ୍ରକାରର ତରିକା ଆପଣାଉଛନ୍ତି। ଆମେ ବି ଆପଣଙ୍କୁ ଭିନ୍ନ ଭିନ୍ନ ତରିକା ସବୁ ବତାଇ ସାରିଛୁ। ପ୍ରକାଶ ପାଇଥିବା ସମସ୍ତ ତରିକା ଫଳପ୍ରଦ। ମାତ୍ର ଆପଣ ଯଦି ଟିକେ ଯଦି ପତଳା ହେବାକୁ ଚାହାନ୍ତି ତେବେ ନିମ୍ନରେ ବତା ଯାଇଥିବା କୌଶଳକୁ ନିଶ୍ଚୟ ଅବଲମ୍ବନ କରନ୍ତୁ।

ନିଜକୁ ସର୍ବଦା ଚଳଚଞ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। କିଛି ବ୍ୟକ୍ତି ଏପରି ଥାଆନ୍ତି ଯେତେ କମ୍‌ ବୟସ ହୋଇଥିଲେ ବି ତାଙ୍କ ଶରୀରରେ ଆଳସ୍ୟ ସ୍ପଷ୍ଟ ଦେଖି ହୁଏ। ସେ ଟିକେ କିଛି କରିଦେଲେ ବା ଖାଇ ଦେବା ପରେ ଯାଇ ଶୋଇପଡ଼ନ୍ତି। ମାତ୍ର ଆପଣ ନିଜ ଶରୀରକୁ ଏକଦମ ଫୂର୍ତ୍ତି ରଖନ୍ତୁ। ଯେତେ ଚଳଚଞ୍ଚଳ ରହିବେ ଶରୀରରେ ଆଉ ଚର୍ବି ଲାଗିପାରିବ ନାହିଁ।

ବ୍ୟାୟାମ କରିବାର ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ଦିନେ ବ୍ୟାୟାମ କରି ପରଦିନ ଛାଡ଼ି ଦେବାର ଭୁଲ୍‌ କରନ୍ତୁ ନାହିଁ। ବ୍ୟାୟାମକୁ ନିଜର ଅଭ୍ୟାସରେ ପରିଣତ କରନ୍ତୁ। ଦୈନିକ କିଛି ଅଧିକ ସମୟ ବ୍ୟାୟାମ କରିବା ପାଇଁ ଚିନ୍ତା କରନ୍ତୁ।

ନିଜ ବ୍ୟାୟମ ଭିତରେ ସାଇକେଲ ଚଳାଇବାକୁ ନିଶ୍ଚୟ ସାମିଲ୍‌ କରନ୍ତୁ। ମନେ ରଖନ୍ତୁ ଯେତେ ପ୍ରକାରର ବ୍ୟାୟାମ କରନ୍ତୁ ପରେ ସାଇକେଲ ଚଳାଇବା, ପାଣିରେ ପହଁରିବା ଆଦି ପ୍ରାକୃତିକ ବ୍ୟାୟାମ ସବୁ ଶୀଘ୍ର ପ୍ରଭାବ ଦେଖାଇଥାଏ।

ପାରୁଛନ୍ତି ଯଦି ସ୍କିପିଂ ଖେଳନ୍ତୁ। ଏହା ବି ଖଉବ୍‌ ଶୀଘ୍ର ଶରୀରୁ ଚର୍ବି ଅଂଶ କମ୍‌ କରିଥାଏ। ଦୈନିକ କିଛି ମାତ୍ରାରେ ଅଧିକ ଥର ସ୍କିପିଂ ଡେଇଁବା ଅଭ୍ୟାସ କରନ୍ତୁ।

ସମ୍ବନ୍ଧିତ ଖବର