ଆପଣ କେବେ ରଖୁଛନ୍ତି ଶାରୀରିକ ସମ୍ପର୍କ ଏ ବାବଦରେ ଆପଣଙ୍କ ନିକଟତର ବନ୍ଧୁ ନ ଜାଣିଲେ ବି ଫେସବୁକ ସବୁ ଜାଣୁଛି | କିଛି ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି | ବ୍ରିଟେନ ସ୍ଥିତ ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ମହିଳାଙ୍କ ଗର୍ଭାବସ୍ଥା ଓ ଋତୁସ୍ରାବ ଟ୍ରାକ କରୁଥିବା ଆପ ମାୟା ଓ ମିୟା ଫେମ ନିଜ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ ସହ ସେୟାର କରୁଛି | ଯେଉଁ ଡାଟା ବ୍ୟବହାରକାରୀଙ୍କ ଦ୍ୱାରା ଏହି ଆପରେ ଅପଲୋଡ଼ କରାଯାଇଥାଏ |
/sambad/media/post_attachments/wp-content/uploads/2019/03/07-1515286968-illicit-relationship-murder-11-1505136276-12-1510491069-1553675454-300x225.jpg)
ବ୍ୟବହାରକାରୀମାନେ ଶେଷ ଥର ପାଇଁ କେବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଏଥିପାଇଁ ଗର୍ଭ ନିରୋଧକ ଉପାୟ ଆପଣେଇଥିଲେ ନା ନାହିଁ ଏ ବାବଦରେ ବ୍ୟବହାରକାରୀ ଆପରେ ତଥ୍ୟ ଦେଇଥାନ୍ତି | ଏହି ସବୁ ତଥ୍ୟ ଆପମାନେ ଫେସବୁକକୁ ଦେଉଥିବାବେଳେ ଫେସବୁକ ସଫ୍ଟୱେୟାର ଡେଭଲପମେଣ୍ଟ କିଟ ମାଧ୍ୟମରେ ଲିକ ହୋଇଯାଇଥାଏ |
ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ବ୍ୟବହାରକାରୀ ଏହି ସଵୁ ଆପ ନିଜ ମୋବାଇଲରେ ଇନଷ୍ଟଲ କରିଥାନ୍ତି ଠିକ ସେହି ସମୟ ପରଠାରୁ ଆପଗୁଡିକ ତଥ୍ୟ ଫେସବୁକ ସହ ସେୟାର କରିବା ଆରମ୍ଭ କରିଦେଇଥାନ୍ତି |