କମ୍‌ ବୟସରେ କାହିଁ କି କେଶ ଧଳା ପଡ଼ିଯାଏ , ଜାଣନ୍ତୁ କାରଣ

କଳା କେଶ କାହାକୁ ବା ପସନ୍ଦ ନ ଥାଏ । ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଚାହାନ୍ତି ଆଜୀବନ ତାଙ୍କର କେଶ କଳା ହୋଇ ରହିଥାଉ । କିନ୍ତୁ ଏହା ସମ୍ଭବପର ହୋଇ ନଥାଏ । ବୃଦ୍ଧ ବୟସରେ ସେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କର କେଶ ଧଳା ହୋଇଥାଏ। ତେବେ ବର୍ତ୍ତମାନ ବହୁତ କମ ବୟସରେ ଏପରିକି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ମଧ୍ୟ କେଶ ଧଳା ହେବାର ଦେଖାଯାଉଛି । ତେବେ ଏହାର ଅନେକ କାରଣ ଆମର ଦୈନନ୍ଦିନ ଜୀବନ ସହ ଜଡ଼ିତ। ଆସନ୍ତୁ ଜାଣିବା ସେହି କାରଣ ମାନଙ୍କ ବିଷୟରେ ।

Huffington Post

କମ ବୟସରେ କେଶ ଧଳା ହେବାର ମୁଖ୍ୟ କାରଣ ହେଉଛି ଚିନ୍ତା । ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ବହୁତ ଛୋଟ ଛୋଟ କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଛନ୍ତି । ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ ଅଧିକ ସମୟ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା କେଶ ଝଡ଼ିବା ତଥା ଧଳା ହେବାର ଦେଖାଯାଇଥାଏ । ଏଣୁ ଯେତେ ସମ୍ଭବ ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ।
ଯେଉଁବ୍ୟକ୍ତିଙ୍କ ସାଧାରଣତଃ ଅଧିକ ସମୟ ପର୍ଯ୍ୟନ୍ତ ମୁଣ୍ଡବିନ୍ଧା ହୋଇଥାଏ ସେମାନଙ୍କର କେଶ ସମୟ ଥାଉ ଧଳା ହେବାର ଦେଖାଯାଇଥାଏ । ସାଇନସ୍‌ ରୋଗ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ଅସୁବିଧା ଦେଖାଯାଇଥାଏ ।

Studio B

ଶରୀରରେ ମେଲାନିନ୍‌ ଏବଂ ଭିଟାମିନ-୧୨ର ଅଭାବ ହୋଇଥିଲେ କେଶ ଧଳା ହେବା ସମସ୍ୟା ନଜର ଆସିଥାଏ । କେଶକୁ କଳା ରଖିବା ପାଇଁ ମେଲାନିନ୍‌ର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥାଏ । ତେବେ ମେଲାନିନ୍‌ ପ୍ରସ୍ତୁତିରେ ଭିଟାମିନ-୧୨ର ଆବଶ୍ୟକତା ହୋଇଥାଏ । ଏଣୁ ଏହାର ଅଭାବରେ ଧଳା କେଶ ସୃଷ୍ଟି ହୋଇଥାଏ ।
ବର୍ତ୍ତମାନ ପ୍ରତ୍ୟେକ ଛୋଟ ଛୋଟ କଥାରେ ବ୍ୟକ୍ତି ଔଷଧ ଗ୍ରହଣ କରୁଥିବାର ଦେଖାଯାଉଛି। ତେବେ ଏପରି ଭାବେ ଦୈନିକ ବହୁ ପରିମାଣର ଔଷଧ ଖାଇବା ଦ୍ୱାରା କେଶ ଧଳା ହୋଇଥାଏ।

The Express Tribune

ବିଶୃଙ୍ଖଳା ଖାଦ୍ୟପେୟ ଏବ ନିଦ୍ରହୀନତା ଧଳାକେଶର ପ୍ରମୁଖ କାରଣ। ବ୍ୟସ୍ତ ଜୀବନରେ କୌଣସି ବ୍ୟକ୍ତିଙ୍କର ସଠିକ ଭାବେ ଖାଦ୍ୟପେୟ ରହୁନାହିଁ । ତାହା ସହ କାର୍ଯ୍ୟଚାପ ଅଧିକ ରହିଥିବାରୁ ରାତିରେ ନିଦ ମଧ୍ୟ କମ ହେଉଛି । ଏଥି କାରଣରୁ ଧଳା କେଶ ଦେଖାଯାଇଥାଏ । ଏଣୁ ଯଥା ସମ୍ଭବ ଉଚିତ ପୋଷକ ବିଶିଷ୍ଟ ଖାଦ୍ୟ ଖାଇବା ସହ ସଠିକ ପରିମାଣର ଶୋଇବା ପାଇଁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର