ମୋଟାପଣ କମାଇବାକୁ ଚାହାନ୍ତି କି? ଜାଣନ୍ତୁ ସବୁ ଖାଦ୍ୟ ଖାଇ ମଧ୍ୟ କିପରି ଖସିବ ଚର୍ବି

ଆପଣଙ୍କ ଶରୀରର ମୋଟାପଣ କମାଇବା ପାଇଁ ତ ଆପଣ ଅନେକ କିଛି କୌଶଳ ଅବଲମ୍ବନ କରୁଥିବେ। ମାତ୍ର ଖାଇବାରେ କିଛି ସତର୍କତା ଅବଲମ୍ବନ କରୁଛନ୍ତି କି? ଯଦି କରୁନାହାନ୍ତି ତାହାଲେ ଶରୀରର ମୋଟାପଣ କମାଇବା ପାଇଁ ନିଶ୍ଚୟ କରନ୍ତୁ। କେହି କେହି ଅଛନ୍ତି ନିଜ ଡାଇଟ୍‌ରୁ କିଛି ଖାଦ୍ୟା ପୂରାପୂରି ଭାବେ ହଟାଇ ଦେଇଥାନ୍ତି। ମାତ୍ର ସେପରିୀ କରିବା ଦ୍ୱାରା ଶରୀରକୁ ଯେତିକ ପରିମାଣର ଭିଟାମିନ୍‌ ମିଳିବା କଥା ମିଳିନଥାଏ। ଆମେ ଆଜି କହିବୁ ସବୁ ଜିନିଷ ଖାଇବାର ତରିକା। ସବୁ ପ୍ରକାର ଜିନିଷ ଖାଇବା ପରେ ବି କିପରି ମୋଟାପଣ ବଢ଼ିବ ନାହିଁ।

କେହି କେହି ମୋଟା ହେବା ଭୟରେ ଭାତ ବଦଳରେ ରୁଟି ଖାଇଥାନ୍ତି। ଆପଣ ପ୍ରେସର୍‌ ଭାତ ନଖାଇ ସାଧାରଣ ଭାବେ ଭାତ କରି ପେଜ କାଢ଼ି ତାହାକୁ ଖାଇପାରନ୍ତି। ଆଦୌ ମୋଟା ହେବେ ନାହିଁ। ଆଉ ଯଦି ରୁଟି ଖାଉଛନ୍ତି ତେବେ ଗରମ ପାଣିରେ ଅଟାକୁ ଯନ୍ତି ଯନ୍ତା ରୁଟି କରି ଖାଆନ୍ତୁ।

ମାଂସ, ମାଛ ଆଦିୀ ସବୁ ଖାଇପାରିବେ। ମାତ୍ର ରୋଷେଇର ପ୍ରଣାଳୀ ଉପରେ ଗୁରୁତ୍ୱ ଦିଅନ୍ତୁ। ମାଂସକୁ ପ୍ରଥମେ ସିଝେଇ ସେଥିରୁ ପାଣି ଗାଳି ତା’ପରେ ରୋଷେଇ କରନ୍ତୁ। ସେହିପରି ମାଛ ତରକାରୀ ଅପେକ୍ଷା ଆପଣ ମାଛ ଭଜା ଖାଇପାରନ୍ତି।

ଯଦି ଆପଣ କୌଣସି ଦୁଗ୍ଧ ଜାତୀୟ ଖାଦ୍ୟ ଯେପରିକି ଛେନା, ଲହୁଣି କିମ୍ବା ଘିଅ ଆଦି ଖାଉଛନ୍ତି ତେବେ ସେଦିନ ଅପେକ୍ଷାକୃତ ଟିବେ ବେଶୀ ଶାରୀରିକ ପରିଶ୍ରମ କରିବାକୁ ଚେଷ୍ଟା କରନ୍ତୁ।

ଅଧିକାଂଶ ଲୋକେ ଭାବନ୍ତି ଅଣ୍ଡା ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ। ମାତ୍ର ନାଁ, ଆପଣ ଏହି ଖାଦ୍ୟକୁ ମୋଟାପଣ କମାଇବା ପାଇଁ ବି ଖାଇପାରନ୍ତି। ମାତ୍ର କେଶର ଖାଇବେ ନାହିଁ।

ଯେତେ ପାରୁଛନ୍ତି ପ୍ରଚୁର ପରିମାଣର ସବୁଜ ପନିପରିବା ଖାଆନ୍ତୁ। ଏହା ଶରୀର ପାଇଁ ସବୁଠାରୁ ଭ ଖାଦ୍ୟ ହୋଇଥାଏ।

ସମ୍ବନ୍ଧିତ ଖବର