ଏମିିତି ନିଅନ୍ତୁ ପାଦର ଯତ୍ନ

ଶୀତଦିନେ ଅନେକଙ୍କର ପାଦ ଫାଟେ; ଏହା ଅତି ସାଧାରଣ। ପାଦ ଫାଟିଲେ କଷ୍ଟ ହୁଏ; ପାଣି ବାଜିଲେ ପୋଡ଼େ। ଯତ୍ନ ଅଭାବରୁ ଏ ପରି ହୁଏ। ବଜାରରେ ବିଭିନ୍ନ ପ୍ରକାରର କ୍ରାକ୍‌ କ୍ରିମ୍‌ ମିଳୁଛି। ତେବେ ଘରୋଇ ଉପଚାର ସବୁଠାରୁ ଭଲ। ଟବ୍‌ରେ ଦୁଇ ଲିଟର୍‌ ଉଷୁମ ପାଣି ଭର୍ତ୍ତିକରନ୍ତୁ। ଏକ କପ୍‌ ଖିର, ଦୁଇ ବଡ଼ ଚାମଚ ଅଲିଭ୍‌ କିଂବା ରାଶି ତେଲ, ଆଠ-ଦଶ ବୁନ୍ଦା ଲେମ୍ବୁ ରସ ଏବଂ ଚିମୁଟାଏ ଡାଳଚିନି ଗୁଣ୍ଡ ମିଶାନ୍ତୁ। ଏହି ମିଶ୍ରଣରେ ପାଦ ପନ୍ଦର ମିନିଟ୍‌ ବୁଡ଼ାଇରଖନ୍ତୁ। ପାଦର ଶୁଷ୍କ ଅଂଶରେ ପାଚିଲା କଦଳୀ ଚକଟି ଲେପନ୍ତୁ। ଦଶ ମିନିଟ୍‌ ପରେ ଧୁଅନ୍ତୁ। ଏହା ଦ୍ୱାରା ପାଦ-ଫଟାରୁ ମୁକ୍ତି ମିଳେ।

ସମ୍ବନ୍ଧିତ ଖବର