ସାବଧାନ୍‌! ଏହି ତିନି ଶ୍ରେଣୀର ଲୋକ ଶୀଘ୍ର ହୋଇଯାଆନ୍ତି ନପୁଂସକ!

ପୁରୁଷମାନଙ୍କଠାରେ ନପୁଂସକତା ଦେଖା ଦେବା ସବୁଠାରୁ ବଡ଼ ସମସ୍ୟା। କାରଣ ପ୍ରଜନନ କ୍ଷମତା ନ ଥିଲେ ପୁରୁଷ ପିତା ହେବାର ସୁଖ ପାଇବ ନାହିଁ। ଏପରିକି ସ୍ତ୍ରୀଙ୍କ ପାଖରେ ବି ନିନ୍ଦିତ ହେବେ। ଖାଲି ସେତିକି ନୁହେଁ ପୁରୁଷ ସମାଜରେ ବି ନିନ୍ଦା ପାଇପାରନ୍ତି।

ତେବେ ପୁରୁଷମାନେ ନପୁଂସକ ହେବାର କିଛି ନିର୍ଦ୍ଦିଷ୍ଟ କାରଣ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ବୃତ୍ତି। ଅର୍ଥାତ୍‌ ପୁରୁଷମାନେ କେତେକ ନିର୍ଦ୍ଦିଷ୍ଟ ପ୍ରଫେସନ୍‌ରେ ଥିଲେ ନପୁଂସକ ହେବାର ଆଶଙ୍କା ବେଶୀ। ଆସନ୍ତୁ ଜାଣିବା,କେଉଁ ପ୍ରଫେସନାଲମାନେ ଶୀଘ୍ର ନପୁଂସକତାର ଶିକାର ହୋଇଥାନ୍ତି।

୧-ଓ୍ଵଲଡର୍‌:- ଯେଉଁ ଲୋକ ଓ୍ଵଲ୍‌ଡିଂ କାମ କରନ୍ତି,ସେମାନଙ୍କର ସ୍ପର୍ମ କାଉଣ୍ଟର ମାତ୍ରା ହ୍ରାସ ପାଇଥାଏ। ଓ୍ଵଲ୍‌ଡିଂ ସମୟରେ ବାହାରୁଥିବା ରଶ୍ମିର ପ୍ରଭାବରେ ଏପରି ଘଟିଥାଏ। ସବୁଠାରୁ ବଡ଼ କଥା ହେଲା ଯେ,ପ୍ରତିଦିନ ୫ ଘଣ୍ଟାରୁ ଅଧିକ ସମୟ ଯାଏଁ ଓ୍ଵଲ୍‌ଡିଂ କରିଲେ ନପୁଂସକତାର ଶିକାର ହେବା ଥୟ।

୨-ଜିମ୍‌ ଟ୍ରେନର୍‌ ଓ ଆଥେଲେଟ୍‌:-ଜିମ୍‌ ଟ୍ରେନର୍‌ ଓ ଆଥେଲେଟ୍‌ମାନଙ୍କୁ ଅନେକ ସମୟରେ ଦୌଡିବାକୁ ପଡ଼ିଥାଏ।ଏହା ଫଳରେ ଟେଷ୍ଟାଷ୍ଟରୋନ୍‌ କ୍ଷତିଗ୍ରସ୍ତ ହୋଇଥାଏ।ଖାଲି ସେତିକି ନୁହେଁ,ସ୍ପର୍ମ କାଉଣ୍ଟ୍‌ ବି କମ୍‌ ହୋଇଯିବାର ଆଶଙ୍କା ରହିଛି।

୩-ସାଇକେଲିଂ:-ଯେଉଁ ବ୍ୟକ୍ତି ଦୈନିକ ୫ ଘଣ୍ଟାରୁ ଅଧିକ ସମୟ ଯାଏଁ ସାଇକେଲିଂ କରିଥାନ୍ତି,ତାଙ୍କର ମଧ୍ୟ ସ୍ପର୍ମ କାଉଣ୍ଟର ସମସ୍ୟା ଉପୁଜିଥାଏ।ଏମାନେ ବି ନପୁଂସକ ହେବାର ଆଶଙ୍କା ଥାଏ।

ସମ୍ବନ୍ଧିତ ଖବର