ଫ୍ୟାସନରେ ଫିଦର କଟ୍‌

କେଶ ନାରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ତେଣୁ ପ୍ରାଚୀନ କାଳ ହେଉ କି ଅତ୍ୟାଧୁନିକ ଯୁଗ, ଲମ୍ବା ଓ ସୁନ୍ଦର କେଶ ମହିଳାଙ୍କ ପସନ୍ଦ। କିଏ ସୁନ୍ଦର ହେୟାର‌୍‌ କଟ୍‌ କରି ତ’ କିଏ ହେୟାର‌୍‌ କଲର‌୍‌ କରି ନିଜ ନିଜକୁ ଭିନ୍ନ ଭାବେ ସଜାଇବାକୁ ପସନ୍ଦ କରନ୍ତି। ତେବେ ଆଉ କିଏ କିଏ ନିଜ କୁଞ୍ଚୁ କୁଞ୍ଚିଆ କେଶକୁ ଷ୍ଟ୍ରେଟ୍‌ନି˚ ଓ ସ୍ମୁଥ୍‌ନି˚ କରି ନିଜ ଲୁକ୍‌ ବଦଳାନ୍ତି। ଆଉ କେହିକେହି ସିଧା କେଶକୁ ପମି˚ କରି କୁଞ୍ଚ କୁଞ୍ଚ କରି ଦିଅନ୍ତି। କେଶ ମାଧ୍ୟମରେ ନିଜ ଲୁକ୍‌ ବଦଳାଇବା ଏବେ ଟ୍ରେଣ୍ତ୍‌ରେ ପରିଣତ ହେଲାଣି। ରସୁଲଗଡ଼ସ୍ଥିତ ହେୟାର‌୍‌ ଷ୍ଟାଇଲିଷ୍ଟ ଦିନେଶ କୁମାର ଯାଦବ କୁହନ୍ତି, ଆଜିକାଲି ମହିଳାମାନେ ହେୟାର‌୍‌ କଟ୍‌ ଦ୍ବାରା ନିଜକୁ ଷ୍ଟାଇଲିଷ୍ଟ ଲୁକ୍‌ ଦେବାକୁ ପସନ୍ଦ କରନ୍ତି। ତେବେ ହେୟାର‌୍‌ କଟ୍‌ ମଧ୍ୟରେ ରହିଛି ଫିଦର‌୍‌ କଟ୍‌, ୟୁ-କଟ୍‌, ଭି-କଟ୍‌, ଲେୟାର‌୍‌ କଟ୍‌ ଓ ଲେଜର‌୍‌ କଟ୍‌। କିନ୍ତୁ ଆଜିକାଲି ମହିଳାମାନେ ଫିଦର‌୍‌ କଟ୍‌କୁ ବେଶି ପସନ୍ଦ କରନ୍ତି। ଏହା ଦେଖିବାକୁ ପକ୍ଷୀମାନଙ୍କ ପର ଭଳି। ସାଧାରଣ କେଶ ହେଉକି କୁଞ୍ଚ କେଶ, ପତଳା ହେଉ କିମ୍ବା ଘନ କେଶ ସବୁ ପ୍ରକାର କେଶରେ ଏହି ଫିଦର କଟ୍‌ ଭଲ ଦେଖାଯାଏ। ଏଥିରେ କେଶ ଘନ ଦେଖାଯାଏ। ସିଧା କେଶରେ ଏହା ସେତେ ଭଲ ଦେଖାଯାଏ ନାହିଁ। ଲମ୍ବା କେଶରେ ଫୁଲ୍‌ ଫିଦର‌୍‌, ମଧ୍ୟ ଲମ୍ବା କେଶରେ ଫିଦର ଓ ଛୋଟ କେଶରେ କ୍ବାଣ୍ଟିଟି ଫିଦର କଟ୍‌ ଭଲ ମାନେ। ସେହିପରି କୁଞ୍ଚ କେଶରେ ୟୁ କଟ୍‌ ସହ ଲେୟାର‌୍‌ କଟ୍‌, ଟିକେ ଟିକେ କୁଞ୍ଚ କେଶରେ ଫିଦର କିମ୍ବା ଷ୍ଟେପ୍‌ କଟ୍‌ ଏବ˚ ସିଧା କେଶରେ ୟୁ କିମ୍ବା ଭି-କଟ୍‌ ଭଲ ଲାଗିଥାଏ। ଆଗ ଭଳି ଆଜିକାଲି ମହିଳାମାନେ ଲମ୍ବା କେଶକୁ ବେଶି ପସନ୍ଦ କରନ୍ତି ବୋଲି ଦିନେଶ କହିଛନ୍ତି। କେହି ବି ନିଜ ଲମ୍ବା କେଶକୁ କାଟିବାକୁ ରାଜି ନୁହନ୍ତି।

ସମ୍ବନ୍ଧିତ ଖବର