ଛାତିରେ ଯନ୍ତ୍ରଣା ଅନୁଭବ ହେଲେ ହୃଦ୍‌ଘାତ ହେବାର ଆଶଙ୍କା ଥାଏ,ଏଭଳି ପରିସ୍ଥିତିରେ କରନ୍ତୁ ଏହି ୫ଟି ଜିନିଷ

ଭାରତରେ ହୃଦ୍‌ଘାତରେ ଲୋକମାନେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି । ପ୍ରତିଦିନ କିଏ ନା କିଏ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଖାସ୍‌ କରି ଖରାଦିନ ଚାଲୁଥିବାରୁ ଏହାର ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ତେବେ ହୃଦ୍‌ଘାତ ହେବା ପୂର୍ବରୁ ଛାତିରେ ହେଉଥିବା ଯନ୍ତ୍ରଣାକୁ କିଭଳି ଦୂର କରି ହୃଦ୍‌ଘାତରୁ ବଞ୍ଚିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।
୧. ଯଦି କେବେ କେହି ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରୁଛି ତେବେ ତାଙ୍କୁ ଜୋର ଜୋରରେ କାଶିବା ପାଇଁ କୁହନ୍ତୁ । ଏପରି କରିବା ଦ୍ୱାରା ଧମନୀ ଶାନ୍ତ ହେବା ସହ ଛାତିର ଯନ୍ତ୍ରଣା କମ ହୋଇ ଯାଇଥାଏ ।
୨.ଛାତିରେ ଯନ୍ତ୍ରଣା ହେଲେ ତୁରନ୍ତୁ ଦୁଇ ହାତ ନେଇ ଛାତିକୁ ଚିପନ୍ତୁ । ଯଦି ଆପଣ ଏହାର ପ୍ରଣାଳୀ ଜାଣି ନାହାନ୍ତି ତେବେ ୟୁଟ୍ୟୁବ୍‌ ବ୍ୟବହାର କରି ଆପଣ ଏହା କରିପାରିବେ ।

Harvard Health – Harvard University

୩.ଯେଉଁମାନେ ପ୍ରଥମ ଥର ହୃଦ୍‌ଘାତର ଶିକାର ହେଉଛନ୍ତି ସେମାନଙ୍କୁ ଜିଭ ତଳେ ଡ଼ିସ୍‌ପ୍ରିନ୍‌ ବଟିକା ରଖିବା ପାଇଁ କୁହନ୍ତୁ । କିନ୍ତୁ ଏହା କୌଣସି ସ୍ଥାୟୀ ଉପାୟ ନୁହେଁ । କେବଳ ଡ଼ାକ୍ତରଖାନା ପହଞ୍ଚିବା ପର୍ଯ୍ୟନ୍ତ ଏପରି କରନ୍ତୁ ।
୪.ଛାତିରେ ଯନ୍ତ୍ରଣା ହେଲେ ନ ଡ଼ରି ମନକୁ ଶାନ୍ତ ରଖନ୍ତୁ ଏବଂ ଡ଼ାକ୍ତରଙ୍କ ପାଖରେ ପହଞ୍ଚି ଚିକିତ୍ସା କରନ୍ତୁ । କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଛାତିରେ ଯନ୍ତ୍ରଣା ହେବା ପରେ ଡ଼ରିି ଯାଆନ୍ତି । ଯାହା ଫଳରେ ହୃଦୟ ଉପରେ ଅଧିକ ଗଭୀର ପ୍ରଭାବ ପଡ଼ିଥାଏ ଏବଂ ସେମାନେ ମୃତ୍ୟୁବରଣ କରିଥାନ୍ତି ।

HealthPrep
ସମ୍ବନ୍ଧିତ ଖବର