ଫିଟ୍‌ନେସ୍‌ ମନ୍ତ୍ର : ରନ୍‌, ଜମ୍ପ, ସ୍କିପ୍‌ ଜରୁରି – ଅନୁଭବ ମହାନ୍ତି

ଜିମ୍‌ ଜରୁରି। ଡାଏଟିଂ କରିବା ବହୁତ ଭଲ। ଶରୀର ଗଠନ କ୍ଷେତ୍ରରେ ଡାଏଟିଂ ୭୦ ପ୍ରତିଶତ ସହାୟକ ହୋଇଥାଏ ‌ବୋଲି ଅନେକ କୁହନ୍ତି। ହେଲେ ମୁଁ ଭାବେ ୯୦ ପ୍ରତିଶତ ସହାୟକ ହୋଇଥାଏ। ମୋର ଡାଇବେଟିସ୍‌ ରହିଛି। ଏଥିପାଇଁ ଇନ୍‌ସ୍ୟୁଲିନ୍‌ ମଧ୍ୟ ନେଇଥାଏ। ଡାଏଟ୍‌କୁ ଅଧିକ ଗୁରୁତ୍ବ ଦିଏ। ପରିବାର ଲୋକ ବହୁତ ଯତ୍ନ ନିଅନ୍ତି। ବାପା, ମା, ପତ୍ନୀ, ଭାଇ, ସହଯୋଗୀ ମୋର ବହୁତ ଯତ୍ନ ନେଇଥାନ୍ତି। ନିୟମିତ ଜିମ୍‌ ଯାଏ। ନିୟମିତ ଯିବାକୁ ଚେଷ୍ଟା କରେ। ଫିଟ୍‌ ରହିବା ପାଇଁ ଘଣ୍ଟାଏ ଦୁଇ ଘଣ୍ଟା ଡମ୍ବଲ୍ସରେ ବାୟାମ କରିବା ଦରକାର ନାହିଁ। ବଡି ବିଲଡିଂ ପାଇଁ ଅବଶ୍ୟ ଏହା କରିବାକୁ ପଡ଼େ। ମାତ୍ର ରନ୍‌, ଜମ୍ପ, ସ୍କିପ୍‌ ଆଦି କରିବା ନିତାନ୍ତ ଜରୁରି ବୋଲି ମୁଁ ଭାବେ। ଯୁବକମାନେ ଜୋର୍‌ରେ ଦୈଡ଼ିବା ଦରକାର। ଯେତେ ଝାଳ ବାହାରିବ, ସ୍ବାସ୍ଥ୍ୟ ପକ୍ଷେ ତାହା ଭଲ। ଖାଇବାରେ ଭଲ ଲାବେ ମଟନ୍‌ ବିରିୟାନି, ମଟନ୍‌ କିମା, । ନନ୍‌ଭେଜ୍‌କୁ ପସନ୍ଦ କରେ। ୩୬୫ ଦିନରୁ ୩୬୫ ଦିନ ନନ୍‌ ଭେଜ୍‌ ଖାଇବାକୁ ଇଚ୍ଛା। ରଥଯାତ୍ରା, ବାହୁଡ଼ା ଯାତ୍ରା, ପୂର୍ବପୁରୁଷଙ୍କ ପରଲୋକ, ଶ୍ରାଦ୍ଧବାର୍ଷିକକୁ ଛାଡ଼ିଦେଲେ ଅନ୍ୟ ଦିନମାନଙ୍କରେ ଆମିଷ ଖାଇବାକୁ ପସନ୍ଦ କରେ। ଯେବେ ପିଲା ଥିଲି ଦେହକୁ ଦୃଷ୍ଟି ଦେଉନଥିଲି। ଏବେ କିନ୍ତୁ ଦେହ ପାଇଁ ଯେଉଁ ଖାଦ୍ୟ ଭଲ ତାହା ଖାଇବା ଉପରେ ଧ୍ୟାନ ଦିଏ।

ସମ୍ବନ୍ଧିତ ଖବର