ଝିଅମାନଙ୍କ ସହ ଫ୍ଲର୍ଟ କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି ଭୁଲ

ଆଜିକାଲି ହୃଦୟ ଦେଇ ଭଲ ପାଇବା ଲୋକ ଆପଣଙ୍କୁ ବହୁତ କମ ମିଳିବେ । ସମୟ ସହ ଯୁବକ-ଯୁବତୀମାନଙ୍କର ମନ ମଧ୍ୟ ବଦଳି ଗଲାଣି । ହୃଦୟ ଭାଙ୍ଗିବା ଡ଼ରରେ କେହି ବି ହୃଦୟ ଦେଇ ଭଲ ପାଇବାକୁ ଚାହୁଁ ନାହାନ୍ତି । ଆଜିକାଲି ସମସ୍ତଙ୍କ ମନରେ ବିପରୀତ ଲିଙ୍ଗକୁ ଭଲ ପାଇବା ଅପେକ୍ଷା ତାଙ୍କ ସହ ଫ୍ଲର୍ଟ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କେହି ଯଦି ସେହି ଭଲପାଇବାର ଅନୁଭବକୁ ଗମ୍ଭୀରତାର ସହ ନେବାକୁ ଚାହୁଁଛି, ତେବେ ସେ ପୁଅ ହେଉ ବା ଝିଅ ସେହି ଅନୁଭବକୁ ଫ୍ଲର୍ଟ ଥିଲା ବୋଲି କହି ଦୂରକୁ ଚାଲି ଯାଆନ୍ତି । ସେଥି ପାଇଁ ଆଜିକାଲି ସମସ୍ତଙ୍କ ଚିନ୍ତାଧାରା ସେପରି ହୋଇ ଗଲାଣି । କିନ୍ତୁ ଯଦି ଆପଣଙ୍କ ମନରେ କୌଣସି ଝିଅ ବା ପୁଅ ପ୍ରତି ପ୍ରେମ ଭାବନା ଅଛି ତେବେ ଫ୍ଲର୍ଟ ଏପରି କରନ୍ତୁ ଯେମିତି ସେମାନେ ଜାଣି ପାରିବେ ନାହିଁ କି ଆପଣ ତାଙ୍କ ସହ ଫ୍ଲର୍ଟ କରୁଛନ୍ତି ବୋଲି । ଏମିତି ହେବା ଦ୍ୱାରା ସେମାନେ ଆପଣଙ୍କ ଭାବନାକୁ ବୁଝି ପାରିବେ । ଏବେ ଆପଣ ଭାବୁଥିବେ ଫ୍ଲର୍ଟ ବି କରିବୁ କିନ୍ତୁ କାହାକୁ ଜଣା କିପରି ନ ପଡ଼ିବ । ତେବେ ଆଜି ଆମେ ଜଣାଇବୁ ଫ୍ଲର୍ଟ କରିବା ସମୟରେ କେଉଁ କାମ କରିବା ଉଚିତ୍‌ ନୁହେଁ । ଆସନ୍ତୁ ଜାଣିବା…

୧.ଯେତେବେଳେ ପୁଅମାନେ ଫ୍ଲର୍ଟ କରନ୍ତି, ସେମାନଙ୍କର ପ୍ରଥମ ଭୁଲ ହେଉଛି ସେମାନେ ଝିଅମାନଙ୍କୁ ବାରମ୍ବାର ଅନାଇଥାନ୍ତି । ଏହା ଅନେକ ଝିଅଙ୍କୁ ଖରାପ ଲାଗିଥାଏ । ଯଦି ଆପଣ ଆପଣଙ୍କ ସାଥୀକୁ ଦେଖୁଛନ୍ତି, ତେବେ ସେ ଯେପରି ଏହାକୁ ନ ଜାଣି ପାରନ୍ତି ସେ ଦିଗ ପ୍ରତି ଧ୍ୟାନ ରଖନ୍ତୁ । ଏମତି ଫ୍ଲର୍ଟ କରନ୍ତୁ ଯେମିତି ସେ ଆପଣଙ୍କୁ ରୋମିଓ ନୁହେଁ ବରଂ ଜଣେ ଭଲ ମଣିଷ ବୋଲି ଭାବନ୍ତୁ ।

rochakpost.com

୨.ଝିଅମାନଙ୍କୁ ଦେଖାଇ ହେବା ଗୁଣ ଆଦୌ ଭଲ ଲାଗେ ନାହିଁ । ଯଦି ଆପଣ କାହାକୁ ସତରେ ସାଥୀଭାବେ ପାଇବାକୁ ଚାହୁଁଛନ୍ତି, ତେବେ ତାଙ୍କ ସାମ୍ନାରେ କୌଣସି ଜିନିଷକୁ ନେଇ ବଡ଼ ଭାବେ କୁହନ୍ତୁ ନାହିଁ । ଏହା ସେମାନଙ୍କୁ ଭଲ ଲାଗି ନଥିାଏ ।

rochakpost.com

୩.ଆପଣମାନେ ଜାଣିଥିବେ କି କୌଣସି ଝିଅକୁ ନିଜର ମନର କଥା କହିବା ପୂର୍ବରୁ ତାର ଭଲ ସାଙ୍ଗକୁ ପ୍ରଥମେ ଖୁସି କରାନ୍ତୁ । ଏହାର ସିଧାସଳଖ ପ୍ରଭାବ ଆପଣ ଚାହୁଁଥିବା ସାଥୀଙ୍କ ଉପରେ ପଡ଼ିବ । ତେବେ ସିଧା ତାଙ୍କ ପାଖକୁ ଯିବା ପୂର୍ବରୁ ତାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କୁ ଖୁସି କରାନ୍ତୁ ।

rochakpost.com
ସମ୍ବନ୍ଧିତ ଖବର